ପୋଷ୍ଟର ବିବାଦରେ ପ୍ରତିକ୍ରିୟା ରଖିଲେ ପପୁ ପମପମ୍, କହିଲେ ଏ ପୋଷ୍ଟର ମିଷ୍ଟର କହ୍ନେୟା ଫିଲ୍ମର ନୁହଁ

ଅପ କମିଂ ମୁଭି ମିଷ୍ଟର କହ୍ନେୟାର ପୋଷ୍ଟରକୁ ନେଇ ବିବାଦ ଉଠିବା ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ ପମପମ୍‌ । ପପୁ କହିଛନ୍ତି, ଏହି ପୋଷ୍ଟର ମିଷ୍ଟର କହ୍ନେୟା ଫିଲ୍ମର ନୁହଁ । ପୋଷ୍ଟର ତିଆରି କରିବାରେ ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ । ସେ ମହିଳାଙ୍କୁ କୌଣସି ଅସମ୍ମାନ କରିନାହାନ୍ତି । ଫିଲ୍ମରେ ନାରୀଙ୍କୁ ବେଶ୍ ସମ୍ମାନ ଦିଆଯାଇଛି । ତେବେ ଏପରି ପୋଷ୍ଟର କିଏ ତିଆରି କରିଛି ତାକୁ ଖୋଜି ବାହାର କରିବାକୁ ସେ ଦାବି କରିଛନ୍ତି ।

ଏପରି ଏକ ପୋଷ୍ଟର ଆସିଥିବା ଦେଖି, ସେ ତାଙ୍କ ହ୍ଵାଟ୍ସଆପରେ ରଖିଥିଲେ । ହେଲେ ଏହାକୁ ନେଇ ବିବାଦ ଦେଖାଦେବା ପରେ ସେ ପୋଷ୍ଟରକୁ ହ୍ଵାଟ୍ସଆପରୁ ଡିଲିଟ୍ କରିଦେଇଥିଲେ । ପପୁ ୭ ଜଣ ଯୁବତୀଙ୍କ ବେକରେ ରଶି ବାନ୍ଧି ଲଗାମ ଧରିବା ପୋଜରେ ଥିବା ପୋଷ୍ଟର ସାମ୍ନାକୁ ଆସିଛି । ଏହାକୁ ନେଇ ପପୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଛି ।

Mr-Kanhaiya

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.