ବଲାଙ୍ଗିରରେ ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା, କେଉଁଠି ଖାଇବାକୁ ମିଳୁନି ତ ଆଉ କେଉଁଠି ଭାଙ୍ଗିଯାଇଛି ଘର
ବଲାଙ୍ଗିର (କେନ୍ୟୁଜ୍) : ବଢିଚାଲିଛି ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା। କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଖାଇବାକୁ ମିଳୁନି। ବନ୍ୟାରେ ବଲାଙ୍ଗିର ସହର ଅବସ୍ଥା ସାଙ୍ଘାତିକ ହୋଇପଡିଥିବାବେଳେ ରିଲିଫ୍ ସାମଗ୍ରୀ ନପାଇ ରାସ୍ତାକୁ ଓହ୍ଲାଇଲେ ବଲାଙ୍ଗିର ବାସିନ୍ଦା। ପ୍ୟାଲେସ ଲାଇନ୍ ଦୁର୍ଗାମଣ୍ଡପ ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି। ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ନମିଳିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଗତ ୧୪ ତାରିଖରେ ଲଗାଣ ବର୍ଷାରେ ସହରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କିଛି ସ୍ଥାନରେ ଘର ଭାଙ୍ଗିଯିବାରୁ ଅନେକ ଲୋକ ବାସହରା ହୋଇଯାଇଛନ୍ତି।