Below header

ଗର୍ଭବତୀ ମହିଳାଙ୍କ କଷ୍ଟ କମ କରିବା ପାଇଁ ହସ୍ପିଟାଲ ନେଲା ଏଭଳି ପଦକ୍ଷେପ

ଟେକ୍ନୋଲୋଜିର ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଉଦ୍ଭାବନ ହୋଇଥାଏ । ଯାହାଦ୍ୱାରା ଆମର କାମ ଅତି ସହଜରେ ହୋଇଯାଇଥାଏ । ଏପରି ଏକ ଟେକନିକର ବ୍ୟବହାର କରାଯାଇଛି ବ୍ରିଟେନରେ । ଯାହାଦ୍ୱାରା ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ସମୟରେ ହେଉଥିବା କଷ୍ଟ କମ କରାଯାଇପାରିବ । ଏହି ନୂଆ ଉଦ୍ଭାବନକୁ ସବୁଆଡେ ପ୍ରଶଂସା କରାଯାଇଛି । ତାହେଲେ ଆସନ୍ତୁ ଜାଣିବା କେଉଁଭଳି ଭାବେ ମହିଳାମାନଙ୍କ ଲେବର ପେନକୁ କମ କରିଥାଏ ଏହି ଟେକନିକ …

ସୂଚନା ଅନୁଯାୟୀ ବ୍ରିଟେନ ୱେଲସ ହସ୍ପିଟାଲରେ ଗର୍ଭବତୀ ମହିଳା ମାନଙ୍କ କଷ୍ଟ ଦୂର କରିବା ପାଇଁ ଏକ ନୂଆ ଉପାୟ ବାହାର କରାଯାଇଛି । ସେଠାକାର ନ୍ୟାସନାଲ ହେଲଥ ସର୍ଭିସ ହସ୍ପିଟାଲ ଗୁଡିକରେ ଗର୍ଭବତୀ ମହିଳା ମାନଙ୍କୁ ଭର୍ଚୁଆଲ ରିୟାଲିଟି ହେଡ଼ସେଟ ପିନ୍ଧିବାର ସୁବିଧା  ପ୍ରଦାନ କରିଛି । ଏହା କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ଲେବର ରୁମକୁ ଯିବା ପୂର୍ବରୁ ମହିଳା ମାନଙ୍କର ପ୍ରସବ ଯନ୍ତ୍ରଣା ଉପରୁ ଧ୍ୟାନ ହଟାଇବା ।

ହେଡ଼ସେଟ ସମୁଦାୟ ୭ ମିନିଟ ପର୍ଯ୍ୟନ୍ତ ପିନ୍ଧା ଯାଇଥାଏ । ଏହି ପ୍ରକାରେ ଭିଆରରେ ସେମାନଙ୍କୁ ଉତ୍ତର ଧୃବର ଲାଇଟିଙ୍ଗ, ସମୁଦ୍ରରେ ପଂହରିବା, ମଙ୍ଗଳଗ୍ରହରେ ବୁଲିବା ଏବଂ ପେଙ୍ଗୁଇନ ମାନଙ୍କ ମଧ୍ୟରେ ରହିବା ଭଳି ଅନୁଭବ କରାଇବ । ଏହା ସହିତ ମନକୁ ଶାନ୍ତ ରଖିବା ଭଳି ସଂଗୀତ ମଧ୍ୟ ଶୁଣାଇବ ।

ଏହାସହ ପଢନ୍ତୁ ନିର୍ଦ୍ଦୟ ମଣିଷର ଜୁଲୁମ, ଆଉ କେତେ ସହିବ ଟିକିରୀ

ବର୍ତ୍ତମାନ ଏହାକୁ ୱେଲସର ସମସ୍ତ ହସ୍ପିଟାଲରେ ଲାଗୁ କରାଯାଇଛି । ସୂଚନା ଅନୁଯାୟୀ କାର୍ଡିଫର ୟୁନିଭର୍ସିଟି ହସ୍ପିଟାଲରେ ଏହି ହେଡ଼ସେଟ ଉପରେ ଗବେଷଣା ମଧ୍ୟ କରାଯାଇଛି । ଭିଆର ହେଡ଼ସେଟ ପିନ୍ଧିବା ପରେ ପ୍ରସବ ସମୟରେ ମହିଳା ମାନେ ସାଧାରଣତଃ ଶାନ୍ତ ଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.