ଲୋକପ୍ରିୟ ଷ୍ଟାର୍ କିଡ୍ ତୈମୁର

ମୁମ୍ବାଇ(କେନ୍ଯୁଜ୍) : ବଲିଉଡ୍ରେ ପପୁଲାର ଷ୍ଟାର କିଡ୍ ତୈମୁର। ବର୍ତ୍ତମାନର ଷ୍ଟାର କିଡ୍ଙ୍କ ଭିତରୁ ତୈମୁର ସବୁଠାରୁ ଲୋକପ୍ରିୟ କହିଲେ ଭୁଲ ହେବନାହିଁ। ଛୋଟ ବୟସରୁ ସବୁବେଳେ ଲାଇମ୍ ଲାଇଟ୍ରେ ରହୁଥିବା ତୈମୁରଙ୍କ ଖାସ୍ ନଜର ରଖନ୍ତି ସେଲିବ୍ରିଟି ପେରେଣ୍ଟ୍ସ ସୈଫ୍ ଓ କରୀନା। ସବୁବେଳେ ସୁଟିଂରେ ବିଜି ରହୁଥିବା ସୈଫ୍ ଓ କରୀନା ଏଥି ପ୍ରତି ଧ୍ୟାନ ଦିଅନ୍ତି ଯେମିତି ବାପା ମାଙ୍କ ଭିତରୁ ଅତିକମ୍ରେ ଜଣେ ତୈମୁର ପାଖରେ ରହିବେ।
ନିକଟରେ କରୀନା ଫିଲ୍ମ ସୁଟିଂରେ ବିଜି ଥିବା ବେଳେ ସୈଫ ବି ଅପକମିଙ୍ଗ ଫିଲ୍ମ ବାଜାରର ପ୍ରମୋସନରେ ବ୍ୟସ୍ତ ଥିଲେ। ଏଥିପାଇଁ ତୈମୁରଙ୍କ ଜେଜେବାପା ଓ ଜେଜେମାଙ୍କ ପାଖରେ ଦେଖିବାକୁ ମିଳିଥିଲା। ତୈମୁରର ଲାଳନପାଳନକୁ ନେଇ ପୁରା ପରିବାର ଧ୍ୟାନ ଦେଉଛନ୍ତି। ଖୁବ୍ ଶୀଘ୍ର କରନ ଜୋହରଙ୍କ ଫିଲ୍ମ ତଖ୍ତରେ ନଜର ଆସିବେ କରୀନା। ଏହା ସହ ଅକ୍ଷୟ କୁମାରଙ୍କ ସହ ଗୁଡ୍ ନ୍ୟୁଜରେ ବି ସେ ଅଭିନୟ କରୁଛନ୍ତି।