Below header

ବିବାହ ସ୍ଥାନ ଫାଇନାଲ୍ କଲେ ପରିଣୀତି-ରାଘବ, ଉଦୟପୁରର ଏହି ସୁନ୍ଦର ଭିଲ୍ଲାରେ ପଡିବ ହାତଗଣ୍ଠି

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍‌ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ସହ ସେ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ଉଭୟଙ୍କ ବିବାହ କେଉଁ ସ୍ଥାନରେ ହେବ ସେହି ନିଷ୍ପତ୍ତି ବି ନେଇସାରିଛନ୍ତି । ବିବାହ ପାଇଁ ଉଦୟପୁରର ଓବରୟ ଉଦୟ ଭିଲ୍ଲା ବୁକ୍ କରିଛନ୍ତି ।

ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍‌ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ସହ ସେ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।  ଉଭୟଙ୍କ ବିବାହ କେଉଁ ସ୍ଥାନରେ ହେବ ସେହି ନିଷ୍ପତ୍ତି ବି ନେଇସାରିଛନ୍ତି । ବିବାହ ପାଇଁ ଉଦୟପୁରର ଓବରୟ ଉଦୟ ଭିଲ୍ଲା ବୁକ୍ କରିଛନ୍ତି ।

ରାଜସ୍ଥାନର ଉଦୟପୁରରେ ଓବରୟ ଉଦୟ ଭିଲ୍ଳାର ଗୋଟେ ରୁମ୍ ପାଇଁ ୩୫,୦୦୦ ଟଙ୍କା ଦେବାକୁ ପଡିବ । ଏହା ସହିତ ସେଠାରେ ଗୋଟେ ରାତିକୁ କୋହିନୂର୍ ସୁଟ୍ ପାଇଁ ଖର୍ଚ୍ଚ ହେବ ୧୧ଲକ୍ଷ ଟଙ୍କା । ହୋଟେଲର ହରା-ଭରା ଲନ୍ ,ମାରୁଆଡି ଶୈଳୀର ଅଗଣା ,ସୁଇମିଂ ପୁଲ ଅଛି । ଏହି ହୋଟଲ କୌଣସି ଆଲିସାନ ମହଲରୁ କମ୍ ନୁହେଁ । ସେମାନେ ଏହି ବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧରେ ବାନ୍ଧି ହେବେ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଯୋଡି ପାରମ୍ପାରିକ ରୀତିରେ ବିବାହ କରିବେ । ସମସ୍ତ ବଲିଉଡ ସେଲିବ୍ରେଟିମାନଙ୍କ ପାଇଁ ରାଜସ୍ଥାନ ଗୋଟେ ହଟ୍ ୱେଡିଂ ଡେଷ୍ଟିନେସନ ଅଟେ ।

pari

ତେବେ ସୂଚନା ଥାଉକି, ରାଘବ ଓ ପରିଣୀତି ଗତ ୧୩ ମେରେ ଦିଲ୍ଲୀର କପୁରଥଲ୍ଲା ହାଉସରେ ନିର୍ବନ୍ଧ କରିଥିଲେ । ନିର୍ବନ୍ଧ ପାଇଁ ସଜେଇ ହୋଇଥିଲା ଦିଲ୍ଲୀ କପୁରଥାଲା ହାଉସ । ଆଖି ଝଲସେଇ ଦେଉଥିବା ଭଳି ସାଜସଜ୍ଜା କରାଯାଥିଲା । ଏହାସହ ପରିଣୀତିଙ୍କ ମୁମ୍ବାଇ ଘର ମଧ୍ୟ ସୁନ୍ଦର ଆଲୋକମାଲାରେ ସଜା ହୋଇଥିବା ଦେଖିବାକୁ ମିଳିଥିଲା ।

ପାରମ୍ପରିକ ରୀତିନୀତି ଅନୁସାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ନିର୍ବନ୍ଧରେ ଗ୍ରାଣ୍ଡ ଇଭେଣ୍ଡ ଆୟୋଜନ କରାଯାଇଥିଲା । ପରସ୍ପରର ଜୀବନସାଥୀ ହେବାକୁ କଥାଦେଇଥିଲେ ଉଭୟ ନେତା ଓ ଅଭିନେତ୍ରୀ ।

ଏପଟେ ଜଣାଇ ଦେଉଛି କି, ପରିଣିତି ଓ ରାଘବ ଉଭୟ ଲଣ୍ଡନ ସ୍କୁଲ ଅଫ ଇକୋନୋମିସ୍କରେ ଏକାଠି ପାଠ ପଢୁଥିଲେ । ସେମାନେ ଦୀର୍ଘଦିନରୁ ଉଭୟଙ୍କ ଭଲ ବନ୍ଧୁ ଥିଲେ । ଦୁଇ ସାଙ୍ଗ ଜୀବନସାଥୀ ହେବାକୁ  ଯାଉଛନ୍ତି । ଆମ ତରଫରୁ ମଧ୍ୟ ଉଭୟଙ୍କୁ ଅନେକ ଅନେକ ଶୁଭେଚ୍ଛା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.