ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା: ଟ୍ୱିନ ସିଟିକୁ ଆଲର୍ଟ, ୬ ଡିଗ୍ରୀ ଅଧିକ ରହିବ ତାପମାତ୍ରା

ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରୁଛି ।ଆଜି ସକାଳ ୧୧.୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ସ୍ୱାଭାବିକଠୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ଓଡ଼ିଶା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମକୋପ ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରୁଛି । ପଶ୍ଚିମରେ ଭୀଷଣ ରୌଦ୍ରତାପ । ଉପକୂଳରେ ଅସହ୍ୟ ଗୁଳୁଗୁଳି । ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ସାଢ଼େ ୧୧ଟା ବେଳକୁ ୪୦ ଡିଗ୍ରୀ ଉପରେ ରହୁଛି ପାରଦ । ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି।

ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲା ପାଇଁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସକାଳ ସାଢେ ୫ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା ଏବଂ ୮୮ ପ୍ରତିଶତ ଆଦ୍ରତା ରେକର୍ଡ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.