Below header

ଜୋକୋଭିକ୍‌ ରଚିଲେ ଇତିହାସ, ନାଡାଲଙ୍କୁ ପଛରେ ପକାଇ ତୃତୀୟ ଥର ପାଇଁ ଜିତିଛନ୍ତି ଫ୍ରେଞ୍ଚ ଓପନ ଟାଇଟଲ

ଫ୍ରେଞ୍ଚ ଓପନ ୨୦୨୩ ଫାଇନାଲ ଟାଇଟଲ ଜିତିଛନ୍ତି ସର୍ବିଆର ଟେନିସ ତାରକା ନୋଭକ ଜୋକୋଭିକ୍‌ । ନରୱେର କାସପର ରୁଡଙ୍କୁ ସିଧାସଳଖ ୭-୬, ୬-୩, ୭-୫ ସେଟରେ ପରାସ୍ତ କରିଛନ୍ତି । ଜୋକୋଭିକ୍‌ ତୃତୀୟ ଥର ପାଇଁ ପ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି ।

ଫ୍ରେଞ୍ଚ ଓପନ ୨୦୨୩ ଫାଇନାଲରେ ଇତିହାସ ରଚିଛନ୍ତି ସର୍ବିଆର ଟେନିସ ତାରକା ନୋଭକ ଜୋକୋଭିକ୍‌ । ସେ ଜବରଦସ୍ତ ପ୍ରଦର୍ଶନ କରି ନରୱେର କାସପର ରୁଡଙ୍କୁ ସିଧାସଳଖ ୭-୬, ୬-୩, ୭-୫ ସେଟରେ ପରାସ୍ତ କରିଛନ୍ତି । ଏହାସହିତ ଜୋକୋଭିକ୍‌ ତୃତୀୟ ଥର ପାଇଁ ପ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ଏହି ବିଜୟ ଫଳରେ ଜୋକେଭିକ ସ୍ପେନର ଟେନିସ ତାରକା ରାଫେଲ ନାଡାଲଙ୍କୁ ପଛରେ ପକାଇ ଦେଇଛନ୍ତି ।

ବିଶ୍ବର ୩ ନମ୍ବର ଖେଳାଳି ଜୋକୋଭିକଙ୍କ ଏହାର ୩୪ତମ ଗ୍ରାଣ୍ଡସ୍ଲାମର ଫାଇନାଲ ରହିଥିଲା । ଏହି ମ୍ୟାଚ୍‌ ମଧ୍ୟ ରୁଡଙ୍କ କ୍ୟାରିଅର ତୃତୀୟ ଗ୍ରାଣ୍ଡସ୍ଲାମ୍‌ ଫାଇନାଲ ରହିଥିଲା । ରୁଡ ଏପର୍ଯ୍ୟନ୍ତ କୌଣସି ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ ଜିତିନାହାନ୍ତି । ଏହି ବିଜୟ ଫଳରେ ଜୋକୋଭିକ ତୃତୀୟ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ଆଜିର ବିଜୟ ଫଳରେ ଜୋକୋଭିକ ବିଶ୍ୱର ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜୟର ରେକର୍ଡଧାରୀ ହୋଇପାରିଛନ୍ତି ।

ପୂର୍ବରୁ ସ୍ପେନର ଟେନିସ ତାରକା ରାଫେଲ ନାଡାଲ ୨୨ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଥିବା ବେଳେ ଜୋକୋଭିକ ୨୩ଟି ଜିତି ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଅନ୍ୟପକ୍ଷରେ ସ୍ୱିଜରଲାଣ୍ଡର ରୋଜର ଫେଡେରର ୨୦ଟି ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି ।

ନୋଭାକ ଜୋକୋଭିକ୍‌ : ୨୩

ରାଫେଲ ନାଡାଲ: ୨୨

ରୋଜର ଫେଡରର: ୨୦

ନୋଭାକ ଜେକୋଭିକ ୧୦ ଥର ଅଷ୍ଟ୍ରେଲିଆ ଓପନ, ୩ ଥର ଫ୍ରେଞ୍ଚ ଓପନ, ୭ ଥର ୱେମ୍ବଲଡନ ଓ ୩ ଥର ୟୁଏଏସ ଓପନ ଜିତିଛନ୍ତି ।

ଜୋକୋଭିକ୍‌ ଏବଂ ରୁଡଙ୍କ ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ପ୍ରଖ୍ୟାତ ଫୁଟବଲ ଖେଳାଳି ପହଞ୍ଚିଥିଲେ । ଫ୍ରାନ୍ସର ଷ୍ଟାର ଖେଳାଳି କିଲିୟନ ଏମ୍ବାପେ, ସ୍ବିଡେନର ଫୁଟବଲର ଜ୍ଲାତନ ଇବ୍ରାହିମୋୱିଚଙ୍କୁ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.