Below header

ଆଜି ହିଁ ଡାଏଟରେ ସାମିଲ କରନ୍ତୁ ରେଡ ରାଇସ, ଏହି ୫ଟି ଫାଇଦା ଆପଣଙ୍କୁ ରଖିବ ସୁସ୍ଥ

ରେଡ ରାଇସରେ ଆଣ୍ଟି ଅକ୍ସିଡାଣ୍ଟ ମାତ୍ରା ଭରପୁର ରହିଥାଏ, ଯାହା ଶରୀରରେ ଫ୍ରି ରେଡିକାଲ୍ସକୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା କ୍ୟାନ୍ସର ହେବା ଭଳି ମାରାତ୍ମକ ରୋଗର ବିପଦ କମ ହୋଇଥାଏ ।ରେଡ ରାଇସ ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର ଠିକ ରହିଥାଏ ।

ହ୍ଵାଇଟ ରାଇସ କେବଳ ଭାରତ ନୁହେଁ, ସମଗ୍ର ଦୁନିଆର ଲୋକ ମାନଙ୍କ ଡାଏଟର ଏକ ପ୍ରଧାନ ଅଂଶ । ଅନେକ ଲୋକ ହ୍ଵାଇଟ ରାଇସ ବିନା ଭୋଜନ କରି ପାରନ୍ତି ନାହିଁ । କିନ୍ତୁ ଡାକ୍ତରମାନେ ଏହାକୁ ସୀମିତ ମାତ୍ରାରେ ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ଏଥିରେ ଗ୍ଲାଇସିମିକ ଇଣ୍ଡେକ୍ସର ମାତ୍ରା ଅଧିକ ଥାଏ, ଯାହା ଡାଇବେଟିଜ୍‌ ଭଳି ରୋଗକୁ ବଢାଇଥାଏ । ଏପରି ପରିସ୍ଥିତିରେ ଆପଣ ରେଡ ରାଇସକୁ ଏକ ଭଲ ଅପ୍ସନ ଭାବେ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ରେଡ ରାଇସ ଦ୍ୱାରା ଆମ ଶରୀର କୁ କଣ ଲାଭ ମିଳିବ ।

୧. ଓଜନ କମ ହେବ
ଯେଉଁମାନେ ନିଜ ଓଜନ ଶୀଘ୍ର କମାଇବାକୁ ଚାହୁଁଥିବେ, ସେମାନେ ହ୍ଵାଇଟ ରାଇସ ଖାଇବା ପରିବର୍ତ୍ତେ ରେଡ ରାଇସ ଖାଇବା ଆରମ୍ଭ କରିବା ଉଚିତ । କାରଣ ଏହା ଫ୍ୟାଟ ଫ୍ରି ହୋଇଥାଏ ଏବଂ ଏହା ପେଟର ଚର୍ବିକୁ କମ କରିବାରେ ସାହାଯ୍ୟ କରିଥାଏ ।

୨. କ୍ୟାନ୍ସରରୁ ମିଳିଥାଏ ମୁକ୍ତି
ରେଡ ରାଇସରେ ଆଣ୍ଟି ଅକ୍ସିଡାଣ୍ଟ ମାତ୍ରା ଭରପୁର ରହିଥାଏ, ଯାହା ଶରୀରରେ ଫ୍ରି ରେଡିକାଲ୍ସକୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା କ୍ୟାନ୍ସର ହେବା ଭଳି ମାରାତ୍ମକ ରୋଗର ବିପଦ କମ ହୋଇଥାଏ ।

୩. ଡାଇବେଟିଜ୍‌ ରେ ଲାଭ
ଡାଇବେଟିଜ ରୋଗୀମାନଙ୍କ ପାଇଁ ହ୍ଵାଇଟ ରାଇସ କୌଣସି ବିଷ ଠାରୁ କମ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ହ୍ଵାଇଟ ରାଇସ ନଖାଇବାକୁ ପରାମର୍ଶ ଦେଇଥାନ୍ତି । ଏହା ବଦଳରେ

୪.ଶକ୍ତିଶାଳୀ ହାଡ଼
ମ୍ୟାଗ୍ନେସିୟମ ମାତ୍ରା ବଢାଇବା ପାଇଁ ରେଡ ରାଇସ ଏକ ବଡ଼ ମାଧ୍ୟମ ଭାବେ ଜଣା ଯାଏ । ଯେଉଁ ଲୋକମାନେ ଏହି ରେଡ ରାଇସ ପ୍ରତ୍ୟେକ ଦିନ ଖାଇଥାନ୍ତି, ସେମାନଙ୍କ ହାଡ଼ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥାଏ ଏବଂ ଶରୀରରେ ଥିବା ଯନ୍ତ୍ରଣା ମଧ୍ୟ କମ ହୋଇଥାଏ ।

୫. କୋଲେଷ୍ଟ୍ରଲ କମ ହୋଇଥାଏ
ଯଦି ଆପଣ ଲଗାତାର ଭାବେ ୬ ମାସ ଧରି ରେଡ ରାଇସ ଖାଇବେ, ତେବେ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା କମ ହୋଇଯିବ । ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ମଧ୍ୟ କମ ହୋଇଯିବ । ଏହି କାରଣରୁ ହିଁ ଏହାକୁ ପ୍ରତ୍ୟେକ ଦିନ ଡାଏଟରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.