ବିବାହ ଉତ୍ସବକୁ ଯାଉଥିବା ବସ୍‌ ଖାଇକୁ ଓଲଟିଲା, ୧୦ ମୃତ ଏବଂ ୧୧ ଗୁରୁତର

ବିବାହ ଭୋଜିରୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛି ବସ୍‌। ଫଳରେ ୧୦ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ ଅନ୍ୟ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସ ଏଭଳି ଘଟିଛି ।

ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହଣ୍ଟର ୱାଇନ ଅଞ୍ଚଳରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା ଖବର ମିଳିଛି ।

ଗ୍ରେଟା ସହର ନିକଟରେ ଥିବା ଜଙ୍କସନରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲିଥିବା ଖବର ପୋଲିସକୁ ରାତିରେ ସୂଚନା ମିଳିଥିଲା । ବସ୍‌ଟି ବିବାହ ଭୋଜିରୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

ପୋଲିସ କହିବା ମୁତାବକ,  ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତ ହୋଇଥିବା ୧୧ଜଣ ବ୍ୟକ୍ତିଙ୍କୁ ହେଲିକପ୍ଟର୍‌ ଓ ସଡ଼କ ପଥରେ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ତେବେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଘଟଣାସ୍ଥଳରେ ସ୍ପେସାଲିଷ୍ଟ ଫୋରେନ୍‌ସିକ ପୋଲିସ ଏବଂ କ୍ରାସ୍‌ ଇନ୍‌ଭେଷ୍ଟିଗେସନ୍‌ ୟୁନିଟ୍ ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.