ଛାତି ଉପରେ ସେ ରଖିଦେଇଥିଲା ହାତ . . . . ନିଜ ସହ ହୋଇଥିବା ଯୌନ ନିର୍ଯାତନାକୁ ନେଇ ଚାଂଚଲ୍ୟକର ଖୁଲାସା କଲେ ପୂଜା ଭଟ୍ଟ

ସଡକ୍ – ୨ ମାଧ୍ୟମରେ କମବ୍ୟାକ୍ କରିବାକୁ ଯାଉଛନ୍ତି ଫିଲ୍ମରୁ ଦୂରେଇ ଯାଇଥିବା ସୁପରହିଟ୍ ନାୟିକା ପୂଜା ଭଟ୍ଟ । ସିନେମାରେ ତାଙ୍କ ସହ ନଜର ଆସିବେ ଭଉଣୀ ଆଲିୟା ଭଟ୍ଟ ଏବଂ ସଂଜୟ ଦତ୍ତ । ତେବେ ନିଜକୁ ବିବାଦରୁ ସବୁବେଳେ ଦୂରେଇ ରଖୁଥିବା ପୂଜା ନିଜଟରେ ଏମିତି ଏକ ଖୁଲାସା କରିଛନ୍ତି ଯାହା ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।

pooja bhattଇଣ୍ଡିଆ ଟୁଡେ କନକ୍ଲେଭରେ ହୋଇଥିବା ଏକ ଇଭେଂଟରେ ପୂଜା କହିଛନ୍ତି ଜଣେ ମଦୁଆ ସହ ସେ ରିଲେସନସିପରେ ଥିଲେ । ଏବଂ ତାଙ୍କ ଦ୍ବାରା ଶାରୀରିକ ଏବଂ ମାନସିକ ନିର୍ଯାତନାର ଶିକାର ମଧ୍ୟ ହୋଇଥିଲେ । ବ୍ୟକ୍ତି ଜଣକ ତାଙ୍କୁ ମାରୁଥିଲେ । ଯେତେବେଳେ ସେ ଏକଥା କାହା ସହ ସେୟାର୍ କରିବାକୁ ଚାହିଁଲେ ସେତେବେଳେ ସମସ୍ତେ ତାଙ୍କୁ ଆଙ୍ଗୁଠି ଉଠାଇଥିଲେ । କେବଳ ସେତିକି ନୁହେଁ ଯୌନ ନିର୍ଯାତନାର ଶିକାର ମଧ୍ୟ ହୋଇସାରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ । ଜଣେ ସାଙ୍ଗ ଥରେ ଏୟାରପୋର୍ଟରେ ପୂଜାଙ୍କ ଛାତିରେ ହାତ ମାରିବାକୁ ଚେଷ୍ଟା କରିଥିଲେ । ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ ହୋଇ ମଧ୍ୟ ସହଜ ନଥିଲା ତାଙ୍କ ଜୀବନ ।

poojaମହିଳାଙ୍କ ସହ ହେଉଥିବା ଯୌନ ନିର୍ଯାତନା ବିଷୟରେ ଇଣ୍ଡିଆ ଟୁଡେ କନକ୍ଲେଭରେ ଖୋଲକରି କଥା ହୋଇଛନ୍ତି ପୂଜା ଭଟ୍ଟ । କହିଛନ୍ତି, ୯୦ ପ୍ରତିଶତ ମହିଳା ନିଜ ଘରେ ସୁରକ୍ଷିତ ନାହାଁନ୍ତି । ଘରେ ହିଁ ମହିଳାଙ୍କ ଶୋଷଣ ହୋଇଥାଏ । ଯାହା ଫଳରେ ସବୁ ସହି ରହିଯାଆନ୍ତି ଏବଂ ସ୍ବର ଉଠାଇପାରନ୍ତି ନାହିଁ । କିନ୍ତୁ ଏହା ଠିକ୍ ନୁହେଁ । ସବୁ ମହିଳା ଏବଂ ଯୁବତୀ ନିଜ ପାଇଁ ଲଢିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.