Below header

ସୁପରଷ୍ଟାର ପବନ କଲ୍ୟାଣଙ୍କ ଫ୍ୟାନ୍‌ ଦେଲେ ଆତ୍ମହତ୍ୟା ଧମକ, କାହିଁକି ଜାଣନ୍ତୁ

ସାଉଥ୍‌ ସୁପର ଷ୍ଟାର ବନ କଲ୍ୟାଣଙ୍କର ଜଣେ ଫ୍ୟାନ୍‌ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଛନ୍ତି । ସେ ଏକ ଚିଠି ଲେଖି ପବନ କଲ୍ୟାଣଙ୍କୁ ଏକଥା ଜଣାଇ ବି ଦେଇଛନ୍ତି । ତେବେ ଏହା ପଛର କାରଣ ହେଉଛି ଅଦଭୁତ । ପବନ ତାଙ୍କର ନୂଆ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି । ୨୦୧୬ର ସିପର ହିଟ୍‌ ଫିଲ୍ମ ଥେରି’ର ରିମେକ୍‌ ତେଲୁଗୁ ଭାଷାରେ ହେବ ଏବଂ ଏଥିରେ ହିରୋ ସାଜିବେ ପାଓ୍ଵାର ଷ୍ଟାର ପବନ କଲ୍ୟାଣ । ହେଲେ ଏହାକୁ ତାଙ୍କ ଫ୍ୟାନ୍‌ ଗ୍ରହଣ କରିବାକୁ ରାଜି ନୁହନନ୍ତି । କାରଣ ଏହା ଏକ ରିମେକ୍‌ । ସେ ଚାହୁଁଛନ୍ତି କି ପବନ ଏକଦମ ନୂଆ କାହାଣୀକୁ ନେଇ ଫିଲ୍ମରେ ହିରୋ ହୁଅନ୍ତୁ । କୌଣସି ରିମେକରେ ନାୟକ ନସାଜନ୍ତୁ ।

ସୂଚନା ଥାଉ କି ‘ଥେରି’ ଫିଲ୍ମରେ ଥଲପତି ବିଜୟ ହିରୋ ଥିଲେ ଏବଂ ଏହା ବକ୍ସ ଅଫିସ୍‌ରେ ଧମାଲ କରିଥିଲା । ତେଣୁ ପବନଙ୍କ ଫ୍ୟାନ୍‌ ଚାହୁଁଛନ୍ତି ଯେ ବିଜୟଙ୍କ ଫିଲ୍ମର କାହାଣୀରେ ତାଙ୍କ ପ୍ରିୟ ହିରୋ ଅଭିନୟ ନକରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.