ଏବେ ଆପଣ କୌଣସି ସରକାରୀ ଓ ବେସରକାରୀ କାମରେ ବ୍ୟବହାର କରିପାରିବେନି ଆଧାରକାର୍ଡ, UIDAI ଦେଲା ଏହି ବଡ଼ ସୂଚନା

UIDAI ତରଫରୁ ଆଧାର କାର୍ଡ କୁ ନେଇ ଆସିଲା ବହୁତ ବଡ଼ ଅପଡେଟ। ଏବେ ଆଉ ସରକାରୀ କାମରେ ଲାଗିବ ନାହିଁ ଆଧାର କାର୍ଡ। ଯଦି ଜାଣି ନାହାନ୍ତି ତେବେ ଜାଣିନିଅନ୍ତୁ। କାରଣ ଟିକେ ବି ଅବହେଳା କଲେ ଆପଣଙ୍କୁ ଭାରି ସମସ୍ୟା ଭୋଗିବାକୁ ପଡ଼ିବ। ସରକାର ଏହାକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି।

ଆଧାର କାର୍ଡ ଧାରକଙ୍କ ପାଇଁ ଜରୁରୀ ନିୟମ ଲାଗୁ କରିଛନ୍ତି ସରକାର। ଏହାକୁ ନେଇ UIDAI ତରଫରୁ ଏକ ବଡ଼ ଅପଡେଟ ଦିଆଯାଇଛି। ବିଭାଗର କହିବା ଅନୁଯାୟୀ ଏବେ ଆପଣ ଆଧାର ନମ୍ବର ଜରିଆରେ ସରକାରୀ ଯୋଜନାର ଫାଇଦା ଉଠାଇପାରିବେ ନାହିଁ।ଯଦି ଆପଣ କୌଣସି ସରକାରୀ କିମ୍ବା ବେସରକାରୀ ଯୋଜନାର ଫାଇଦା ନେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଏକ ଜରୁରୀ ଅପଡେଟ କରିବାକୁ ହେବ।

ଆଧାର କାର୍ଡ ଏକ ଜରୁରୀ ଦସ୍ତାବିଜ। ଯାହାକି ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାରେ ଦରକାର ପଡ଼ିଥାଏ। ଏହି ଡକ୍ୟୁମେଣ୍ଟ ବିନା କୌଣସି ବି କାମ କରିବା ସହଜ ହୋଇନଥାଏ। ଆବଶ୍ୟକ ଦସ୍ତାବିଜ ହୋଇଥିବାରୁ ଏହାକୁ ନେଇ ପ୍ରତିିଟି ସମୟରେ ହେଉଥିବା ଅପଡେଟ ସମ୍ପର୍କରେ ଜାଣିବା ଆମର ନିହାତି ଜରୁରୀ।

ୟୁଆଇଡିଏଆଇ ଏହା ସମ୍ପର୍କରେ ଜରୁରୀ ସୁଚନା ଦେଇଛନ୍ତି। ଏହାକୁ ନେଇ ସେ ଏକ ଟ୍ଵିଟ ମଧ୍ୟ ଜାର ି କରିଛି। ସୂୂଚନା ଅନୁଯାୟୀ ଆପଣ ଏବେଠାରୁ POI ଓ POA ଡକ୍ୟୁମେଣ୍ଟସ୍‌ କୁ ଅପଡେଟ କରାଇବାକୁ ହେବ। ଯଦି ଆପଣ ଏହାକୁ ଅପଡେଟ କରୁନାହାନ୍ତି ତେବେ କୌଣସି ସରକାରୀ ଓ ବେସରକାରୀ କାମରେ ଆପଣ ଫାଇଦା ଉଠାଇପାରିବେ ନାହିଁ। ଏହାକୁ ଯେଉଁମାନେ ବି ଅବହେଳା କରୁଥିବେ ସେମାନେ ଅସୁବିଧା ଭୋଗିବା ସୁ ନିଶ୍ଚିତ।

ଯଦିଚ ଆପଣ POI ଓ POA ଡକ୍ୟୁମେଣ୍ଟ ଅପଡେଟ କରୁଛନ୍ତି ତେବେ ଏଥିପାଇଁ ଅନଲ ।ଇନରେ ୨୫ ଟଙ୍କା ଓ ଅଫଲାଇନରେ ୫୦ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ତେବେ କଣ ଏହି POI ଓ POA?
ଦଶର୍କବନ୍ଧୁ POI ହେଉଛି ପ୍ରୁଫ ଅଫ୍‌ ଆଇଡେନଟିଟି ଓ POA ହେଉଛି ପ୍ରୁଫ ଅଫ୍‌ ଆଡ୍ରେସ। ଆଧାର ତରଫରୁ ୧ ଜୁଲାଇ ୨୦୨୨ କୁ ସୂଚନା ଜାରି କରାଯାଇଥିଲା। ଯେଉଁଥିରେ ଏହା କୁହାଯାଇଥିଲା ଯେ ଏହାକୁ ଅପଡେଟ କରିବା ପାଇଁ ଆପଣଙ୍କୁ କିଛି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ । ଯେଉଁଥିରେ ଆପଣଙ୍କ ନାମ, ଫଟୋ ଦୁଇଟି ଥିବା ଜରୁରୀ। ଆପଣ ଏହାକୁ ଅପଡେଟ କରିବା ପାଇଁ ପାନ କାର୍ଡ, ଇ-ପାନ, ରାସନ କାର୍ଡ , ଭୋଟର ଆଇଡି କାର୍ଡ ଓ ଡିଏଲ ଭଳି ଡକ୍ୟୁମେଣ୍ଟସ୍‌ କୁ ଦେଇପାରିବେ।

ଆଧାର କାର୍ଡ ଆଜି କା ସମୟରେ ଏକ ବହୁତ ବଡ଼ ଜରୁରୀ ଡକ୍ୟୁମେଣ୍ଟ। ଯାହା ବିନା କୌଣସି ସରକାରୀ କିମ୍ବା ପ୍ରାଇଭେଟ କାମ କରିବା ମୁସ୍କିଲ। ଏବେ ତ ସବୁ ଅନଲାଇନ ରେ ହୋଇପାରୁଛି। ତେଣୁ ଏହି କାମକୁ ବି ମନେ ରଖି କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.