ମହାନଦୀରେ ପହଁରା ଶିଖିବା ହେଲା କାଳ, ବୁଡି ଯାଇ ଯୁବକଙ୍କ ମୃତ୍ୟୁ

କଟକ(କେନ୍ୟୁଜ୍):ପହଁରା ଶିଖିବା ହେଲା କାଳ । ମହାନଦୀରେ ପହଁରା ଶିଖିବାବେଳେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଟକ ପୀର ବଜାର ଅଞ୍ଚଳର ସୋହେଲ ଖାନ୍‌ । ସେ ସାଲେପୁର କଲେଜର ଯୁକ୍ତ ଦୁଇ ଛାତ୍ର । ୨୦ରୁ ଅଧିକ ଯୁବକ ଯୁତୀ ପହଁରା ଶିଖୁଥିବାବେଳେ ସୋହେଲ ବୁଡିଯାଇଥିଲେ ।

ଅଗ୍ନିଶମବାହିନୀ ଖୋଜାଖୋଜି କରି ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପହଁରା ଶିଖାଉଥିବା ଟ୍ରେନରଙ୍କୁ ଅଟକ ରଖିଛି ଜଗତପୁର ପୋଲିସ । ସୁରକ୍ଷା ନେଇ କଣ ବ୍ୟବସ୍ଥା ଥିଲା ସେନେଇ ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.