ପ୍ରଭାସଙ୍କ ‘ସାହୋ’ ଭାଙ୍ଗିଲା ୨୦୧୯ ର ଫାଷ୍ଟ ସଣ୍ଡେ ରେକର୍ଡ କିନ୍ତୁ ରହିଗଲେ ଭାଇଜାନଙ୍କଠୁ ପଛରେ
ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସାହୋ’ କୁ ଯଦିଓ ଭଲ ରିଭିଉ ମିଳିପାରିନାହିଁ କିନ୍ତୁ ଏହାର ବକ୍ସ ଅଫିସ କଲେକ୍ସନ ବହୁତ ଭଲ ରହିଛି । ଏହି ଚଳଚ୍ଚିତ୍ରର ପ୍ରଥମ ୱିକେଣ୍ଡର କଲେକ୍ସନ ପୁରା ଦମଦାର ରହିଥିଲା । ଏହି ଫିଲ୍ମ ତୃତୀୟ ଦିନରେ ୨୯.୪୮କୋଟିର କଲେକ୍ସନ ରହିଛି । ଏହା ସହିତ ଏହି ଫିଲ୍ମ ନାମରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ୨୦୧୯ ମସିହା ରବିବାରରେ ସବୁଠାରୁ ଅଧିକ କଲେକ୍ସନ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ସାହୋ’ ଅଟେ । ତୃତୀୟ ଦିନର କଲେକ୍ସନ ସହିତ ଏହି ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ୭୯.୦୮କୋଟିର କଲେକ୍ସନ କରିଛି ।
ଏହିପରି ସବୁ ମିଶାଇ ପ୍ରଥମ ୱିକେଣ୍ଡରେ ଏହି ଫିଲ୍ମର ଆୟ ୭୯-୮୦କୋଟି ରହିଛି ଯାହାକି ସଲମନଙ୍କ ଫିଲ୍ମ ‘ଭାରତ’ ପରେ ଦ୍ଵିତୀୟ ନମ୍ୱରରେ ରହିଛି । ଭାରତ ତିନି ଦିନରେ ସମୁଦାୟ ୯୫.୫୦କୋଟିର କଲେକ୍ସନ କରିଥିଲା କିନ୍ତୁ ଏହି ଫିଲ୍ମ ପ୍ରଥମ ରବିବାର କଲେକ୍ସନରେ କବିର ସିଂ, ଭାରତ ଏବଂ ମିଶନ ମଙ୍ଗଳ ଭଳି ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି ।
ଏହାସହ ପଢନ୍ତୁ ଆସିଲେ ଏବଂ ଉଠାଇ ତଳେ କଚାଡିଦେଲେ ଆଉ ତାପରେ ପଚାରିଲେ କଣ ସତରେ ତୁମେ ସନି ଦେୱଲଙ୍କ ପୁଅ :କରଣ ଦେୱଲ
#Prabhas starrer #Saaho fever grips the nation 🔥 🔥🔥
Marking the highest sunday collections of 2019, the film mins 29.48 Cr (Hindi) on day 3 taking the total weekend collections to 79.08 Cr. @UV_Creations @ShraddhaKapoor— Ramesh Bala (@rameshlaus) September 2, 2019
ଏହି ଫିଲ୍ମ ପ୍ରଥମ ଦିନରେ ୨୪ କୋଟି ଟଙ୍କାର ଆୟ କରିଥିବା ସହ ଦ୍ଵିତୀୟ ଦିନରେ ଏହାର ଆୟ ୨୩.୫ କୋଟି ରହିଥିଲା । ଏହିଭଳି ପ୍ରଥମ ଦୁଇ ଦିନରେ କେବଳ ହିନ୍ଦୀ ଭର୍ସନଟି ୪୭.୫କୋଟି ଟଙ୍କାର କଲେକ୍ସନ କରିଥିଲା ।
ସାହୋ ତେଲୁଗୁ ବ୍ୟତୀତ ହିନ୍ଦୀ ଏବଂ ତାମିଲରେ ମଧ୍ୟ ରିଲିଜ ହୋଇଛି । ଏହି ଫିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଧା ବ୍ୟତୀତ ଜ୍ୟାକି ଶ୍ରଫ, ଚୁଙ୍କି ପାଣ୍ଡେ, ନୀଲ ନିତିନ ମୁକେଶଙ୍କ ଭଳି ବଲିଉଡ ଷ୍ଟାର ମାନେ ରହିଛନ୍ତି । ସାହୋକୁ ସବୁଠାରୁ ବେଷ୍ଟ କରିବା ପାଇଁ ମେକର୍ସ ପଇସା ପାଣି ଭଳି ଉଡାଇ ଦେଇଥିଲେ । ସୂଚନା ଅନୁଯାୟୀ ୮ ମିନିଟର ଏକ ସିକୁଏନ୍ସ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।