Below header

ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ଦୁର୍ଦ୍ଦଶାରେ ତାଙ୍କ ପରିବାର, ଅଭାବରେ କଟୁଛି ଦିନ

ଟିଭି ଷ୍ଟାର ପ୍ରତ୍ୟୁଷା ବାନାର୍ଜୀ ଏବେ ଜୀବିତ ନଥିଲେ ସୁଦ୍ଧା କୌଣସି ନା କୌଣସି କାରଣକୁ ନେଇ ତାଙ୍କ ନାଁ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ । ଏଇ ନିକଟରେ ଫିଲ୍ମ ପ୍ରଡ୍ୟୁସର ବିକାଶ ଗୁପ୍ତାଙ୍କ ଏକ ଖୁଲାସା ପରେ ପୁଣି ଥରେ ପ୍ରତ୍ୟୁଷାଙ୍କ ନାଁ ସାମ୍ନାକୁ ଆସିଥିଲା । ବିକାଶ ଦାବି କରିଥିଲେକି ସେ ପ୍ରତ୍ୟୁଷାଙ୍କ ସହ ସମ୍ପର୍କରେ ଥିଲେ । ଏଇ ନିକଟରେ ପୁଣିଥରେ ଦିବଂଗତ ଅଭିନେତ୍ରୀଙ୍କ ନାଁ ଚର୍ଚ୍ଚାର ପରିସରକୁ ଆସିଛି । ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବିଗିଡି ଯାଇଛି । ପ୍ରତ୍ୟୁଷାଙ୍କ ପରିବାରକୁ ଏବେ ଅନେକ ବିପର୍ଯ୍ୟୟ ସ୍ଥିତିର ସାମ୍ନା କରିବାକୁ ପଡୁଛି ।

ମିଡ଼ିଆକୁ ସାକ୍ଷାତ୍କାର ଦେବା ସମୟରେ ପ୍ରତ୍ୟୁଷାଙ୍କ ପିତା ଶଙ୍କର ବାନାର୍ଜୀ କହିଛନ୍ତିକି, ଝିଅର ମୃତ୍ୟୁ ପରେ ଆମ ପରିବାରକୁ ଘୋର ସଙ୍କଟ ମାଡି ଆସିଛି । ଯେମିତି ସବୁ କିଛି ସରିଯାଇଛି । ଝିଅର କେଶ ଲଢୁ ଲଢୁ ସେ ସବୁକିଛି ହରାଇ ବସିଛନ୍ତି ବୋଲି କହିଛନ୍ତି । ଆଉ ଟଙ୍କା ଅଭାବରୁ ତାଙ୍କୁ ଅନେକ ଧାର କରଜ ବି କରିବାକୁ ପଡିଛି । ସେମାନଙ୍କ ପାଖରେ ଏବେ ଗୋଟିଏ ବି ଟଙ୍କା ନାହିଁ । ଏମିତି ପରିସ୍ଥିତି ହୋଇଛିକି ସେମାନଙ୍କୁ ଏବେ ମାତ୍ର ଗୋଟିଏ ବଖରା ଥିବା ଘରେ ରହିବାକୁ ପଡୁଛି । ଶଙ୍କର ଏହା ମଧ୍ୟ କହିଛନ୍ତିକି, ତାଙ୍କ ଝିଅ ହିଁ ତାଙ୍କ ସ୍ଥିତିକୁ ସୁଧାରି ପାରିଥିଲେ । ତାଙ୍କ ଝିଅ ହିଁ ସେମାନଙ୍କର ଏକମାତ୍ର ସାହାରା ଥିଲା ।

ଗୁଜୁରାଣ ମେଂଟେଇବା ପାଇଁ ପ୍ରତ୍ୟୁଷାଙ୍କ ମାଁ ଏକ ଚାଇଲ୍ଡ କେୟାର ସେଣ୍ଟରରେ କାମ କରୁଥିଲା ବେଳେ ତାଙ୍କ ବାପା କାହାଣୀ ଲେଖୁଛନ୍ତି । କହିରଖିବା ଉଚିତ ହେବକି, ୨୦୧୬ ମସିହା ଏପ୍ରିଲ ୧ ତାରିଖରେ ପ୍ରତ୍ୟୁଷାଙ୍କ ମୃତ୍ୟୁଖବର ସାମ୍ନାକୁ ଆସିଥିଲା । ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଠାବ ହୋଇଥିଲା । ପରେ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଏନେଇ ପ୍ରତ୍ୟୁଷାଙ୍କ ପିତାମାତା ପ୍ରତ୍ୟୁଷାଙ୍କ ବୟଫ୍ରେଣ୍ଡଙ୍କ ନାଁରେ ଆରୋପ ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.