Below header

ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଲାଙ୍କାଭାନିଦାବା ମାଛ ଫାର୍ମରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ । ବିଦ୍ୟୁତ ଆଘାତରେ ସେମାନଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରୁ ୫ ଜଣ ରାୟଗଡ଼ା ଜିଲ୍ଲାର ଓ ଅନ୍ୟ ଜଣେ ଗଜପତି ଜିଲ୍ଲା ଜିରାଙ୍ଗର । ମୃତକମାନେ ହେଲେ ଗୁଣପୁର ମୋତିଲାଲ ନଗରର ନବୀନ ଶବର, ଭୀମପୁର ପଞ୍ଚାୟତର ଫୁଲପୁଟି ଗାଁର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର ଓ ଝୁମ୍ପାପୁରର ରାମମୂର୍ତ୍ତି ଗମାଙ୍ଗ ବୋଲି ଜଣାପଡ଼ିଛି । ମୃତକମାନେ କିଛି ମାସ ତଳେ କାମ କରିବାକୁ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଯାଇଥିଲେ ।

ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ  ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.