କଣ ଆପଣଙ୍କ ପିଲା ଖାଦ୍ୟ ଖାଉନି, ତାହେଲେ ଏହି ଖାଦ୍ୟ ଥରେ ଖୁଆଇ ଦେଖନ୍ତୁ ତ

ଶିଶୁଙ୍କ ପାଇଁ ଚୂଡା ଖାଇବାର ଫାଇଦା

ଚୁଡାରେ ଆଇରନ୍‌ ଥାଏ, ଯାହା ଶିଶୁଙ୍କ ଏନିମିଆ କିମ୍ବା ଆଇରନର ଅଭାବକୁ ଦୂରେଇ ଥାଏ। ଏଥିରେ କାର୍ବୋହାଇଡ୍ରେଟ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ ଯାହାଦ୍ୱାରା ପେଟ ଅଧିକ ସମୟ ଧରି ଭରା ପୂରିଲା ପୂରିଲା ରହିଥାଏ। ଆପଣ ନିଜ ଶିଶୁଙ୍କୁ ସକାଳ ଜଳଖିଆରେ ଖଜୁରୀ କିମ୍ବା ଚୁଡାରେ ପ୍ରସ୍ତୁତ ବେବୀ ଫୁଡ୍‌ ଖୁଆଇପାରିବେ।

ଗୁଡ ଓ ପୋହା ବା ଚୁଡା ରେସିପି

ଏଥିପାଇଁ ଆପଣଙ୍କୁ ଅଧା କପ୍‌ ଚୁଡା, ଅଧା କପ୍‌ ଗୁଡ, ଏକ ଚାମଚ ଘିଅ, ୪ ରୁ ୫ଟି କାଜୁ ଏବଂ ଅଳ୍ପ ନଡିଆ କୋରା। ସର୍ବପ୍ରଥମେ ଚୁଡାକୁ ଧୋଇ କିଛି ସମୟ ପାଇଁ ପାଣିରେ ଭିଜାଇ ରଖିଦିଅନ୍ତୁ। ଏବେ ଏକ ପ୍ୟାନକୁ ଗ୍ୟାସ ଉପରେ ରଖନ୍ତୁ ଏବଂ ସେଥିରେ ପାଣି ଏବଂ ଗୁଡ ପକାଇ ସିରା ବନାଇ ଦିଅନ୍ତୁ।

ଏହି ସିରାକୁ ଛଣାରେ ଛାଣି ଦିଅନ୍ତୁ। ଏବେ ପ୍ୟାନରେ ଗୁଡ ସିରାରେ ପକାଇ ସେଥିରେ ଭିଜାଇ ରଖିଥିବା ଚୁଡାର ପାଣି ବାହାର କରି ପକାଇ ଦିଅନ୍ତୁ। ଏହାପରେ ଘିଅ ଏବଂ କାଜୁକୁ ପେଷ୍ଟ କରି ବନାଇଥିବା ପାଉଡରକୁ ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।

ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗୁଡ ଚୁଡା ରେସିପି। ଆପଣ ଏହାକୁ ଆରାମରେ ଶିଶୁକୁ ଖୁଆଇ ପାରିବେ। ଖଜୁରୀ ଏବଂ ଚୁଡାକୁ ପୋଷକ ତତ୍ତ୍ୱର ଭଣ୍ଡାର କୁହାଯାଏ। ସେଥିପାଇଁ ଶିଶୁର ଆହାରରେ ଏହି ଦୁଇଟି ଜିନିଷକୁ ସାମିଲ କରି ଦେଇପାରିବେ।

Leave A Reply

Your email address will not be published.