Below header

ପାଠ ପାଇଁ ନଥାଏ ବୟସ ସୀମା, ୩ଥର ବିଧାୟକ ହେବା ପରେ ମାଟ୍ରିକ୍ ପରୀକ୍ଷା ଦେଲେ ସୋରଡା ବିଧାୟକ

ସୋରଡ଼ା(କେନ୍ୟୁଜ୍): ସାରା ରାଜ୍ୟରେ ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ସୋରଡା ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହି ସ୍ଥାନରେ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ରେଗୁଲେର ପିଲା ୮ ଜଣ ଥିବା ବେଳେ ଏକ୍ସରେଗୁଲାରରେ ୨୫ ଜଣ ପିଲା ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରେ ସୋରଡା ବିଧାୟକ ପୂର୍ଣଚନ୍ଦ୍ର ସ୍ଵାଇଁ ମଧ୍ୟ ପରୀକ୍ଷା ଦେଉଛନ୍ତି । ତାଙ୍କ ରୋଲ ନମ୍ବର ହେଲା 21130615001 ।

ପରୀକ୍ଷା ଆରମ୍ଭ ହେବାର ପନ୍ଦର ମିନଟ ଆଗରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ବିଧାୟକ ମହାଶୟ । ତାଙ୍କୁ ଥଣ୍ଡା ଖାସ ହେଉଥିବାରୁ ଆଉସଲେସନ ରୁମରେ ବସି ପରୀକ୍ଷା ଦେଇଛନ୍ତି । ପରୀକ୍ଷା ପୂର୍ବରୁ  ବିଧାୟକ ନିଜ ମେଡିକାଲ ରିପୋର୍ଟ  ପ୍ରଧାନ ଶିକ୍ଷକଙ୍କୁ ଦେଇଛନ୍ତି । ସ୍କୁଲର ପ୍ରତ୍ୟେକ ରୁମରେ ସିସିଟିଭି କ୍ୟାମେରା ଲଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.