Below header

ଆଜିଠୁ ଆରମ୍ଭ ହେବାକୁ ଯାଉଛି ପୁଲକିତ ଓ କ୍ରିତିଙ୍କ ମ୍ୟାରେଜ୍‌ ଇଭେଣ୍ଟ, ପୂରା ତିନି ଦିନ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ

ପୁଲକିତ ସମ୍ରାଟ ଖୁବ୍ ଶୀଘ୍ର ନିଜର ଲଙ୍ଗ୍‌ ଟାଇମ୍‌ ଗର୍ଲଫ୍ରେଣ୍ଡ କ୍ରିତି ଖରବନ୍ଦାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କର ଲଙ୍ଗ୍‌ ଟାଇମ୍‌ ରିଲେସନ୍‌ସିପ୍‌କୁ ବର୍ତ୍ତମାନ ବିବାହର ନାମ ମିଳିବାକୁ ଯାଉଛି । ତେବେ ବିବାହ ପ୍ରସ୍ତୁତି ମଧ୍ୟରେ ମଧ୍ୟ ବିବାହର କାର୍ଯ୍ୟକ୍ରମ ସହ ଜଡିତ ପୂରା କଥା ସାମ୍ନାକୁ ଆସିଛି ।

ଫିଲ୍ମ ‘ଫୁକ୍ରେ’ ଅଭିନେତା ପୁଲକିତ ସମ୍ରାଟ ତାଙ୍କ ଫିଲ୍ମର ସଫଳତା ପରଠାରୁ ତାଙ୍କ ବିବାହର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି ଅଭିନେତା ଖୁବ୍ ଶୀଘ୍ର ନିଜର ଲଙ୍ଗ୍‌ ଟାଇମ୍‌ ଗର୍ଲଫ୍ରେଣ୍ଡ କ୍ରିତି ଖରବନ୍ଦାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କର ଲଙ୍ଗ୍‌ ଟାଇମ୍‌ ରିଲେସନ୍‌ସିପ୍‌କୁ ବର୍ତ୍ତମାନ ବିବାହର ନାମ ମିଳିବାକୁ ଯାଉଛି । ତେବେ ବିବାହ ପ୍ରସ୍ତୁତି ମଧ୍ୟରେ ମଧ୍ୟ ବିବାହର କାର୍ଯ୍ୟକ୍ରମ ସହ ଜଡିତ ପୂରା କଥା ସାମ୍ନାକୁ ଆସିଛି । ଏପରି ସୂଚନା ରହିଛି ଯେ ବିବାହ କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଯାଉଛି । ବିଭିନ୍ନ ଦିନରେ କିଛି ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ପ୍ରତ୍ୟେକ ଇଭେଣ୍ଟ କିଛି ଭିନ୍ନ ଭାବେ ହେବାକୁ ଯାଉଛି ।

ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦାଙ୍କ ମେହେନ୍ଦୀ ମାର୍ଚ୍ଚ ୧୩ରେ ଆୟୋଜିତ ହୋଇଛି ଏବଂ କ୍ରିତି ଖରବନ୍ଦା ଆଜି ତାଙ୍କ ହେବାକୁ ଥିବା ସ୍ୱାମୀଙ୍କ ନାମରେ ମେହେନ୍ଦୀ ଲାଗାଇବେ । ତେବେ ଏହାର ଗୋଟିଏ ଦିନ ପରେ ମାର୍ଚ୍ଚ ୧୪ରେ ହଳଦୀ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ଦିନରେ ହେବ ଏବଂ ତାପରେ ସନ୍ଧ୍ୟାରେ ଏକ କକଟେଲ ନାଇଟ୍‌ର ଆୟୋଜନ କରାଯିବ । ଏହା ପରେ ଉଭୟ ମାର୍ଚ୍ଚ ୧୫ ରେ ବିବାହ କରିବେ । କୁହାଯାଉଛି ଯେ ଉଭୟ ହରିୟାଣାର ମନେସର ଏକ ଗ୍ରାଣ୍ଡ ରିସର୍ଟରେ ବିବାହ କରିବେ । ତେବେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି ଏବଂ ଏହା ସହ ମୁମ୍ବାଇରୁ ଯିବାବେଳେ ଉଭୟଙ୍କୁ ଏୟାର ପୋଟ୍‌ରେ ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ଅଭିନେତା ପୁଲକିତ ସମ୍ରାଟଙ୍କୁ ଶେଷ ଥର ପାଇଁ ‘ଫୁକ୍ରେ ୩’ରେ ଦେଖିବାକୁ ମିଳିଥିଲା । ତେବେ ସେ କ୍ରିତି ଖରବନ୍ଦାଙ୍କୁ ବହୁତ ଦିନ ଧରି ଡେଟ କରୁଥିଲେ । ଦୁହେଁ ବହୁତ ଦିନ ପୂର୍ବରୁ ସମସ୍ତଙ୍କ ସାମ୍ନାରେ ନିଜର ଲଭ୍‌ ଷ୍ଟୋରି ବିଷୟରେ କରିଥିଲେ । ଯାହା ଫଳରେ ସେମାନେ ବହୁତ ସମୟ ଧରି ଲାଇମଲାଇଟ୍ ରହିଥିଲେ । ବାସ୍ତବରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା ଯେଉଁଥିରେ କ୍ରିତି ଖରବନ୍ଦା ଏବଂ ପୁଲକିତଙ୍କ ପରିବାର ଏକାଠି ନଜର ଆସିଥିଲେ ଏବଂ ଯେଉଁ ଫଟୋଗୁଡ଼ିକକୁ ପୁଲକିତ ସମ୍ରାଟଙ୍କ ଭଉଣୀ ସେୟାର କରିଥିଲେ ।

ତେବେ ଏହା ପରେ ଅନ୍ୟ ଏକ ପୋଷ୍ଟର କ୍ୟାପସନରେ ଚାଲ ମାର୍ଚ୍ଚକୁ ନେଇ ଚର୍ଚ୍ଚା ଚାଲିଥିଲା । ଏହା ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କଲେ ଯେ ବୋଧହୁଏ ଉଭୟ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ନିଜ ବିବାହର ଖବରକୁ କମ୍‌ଫର୍ମ କରିନାହାଁନ୍ତି । କିନ୍ତୁ ଏବେ ବିବାହ କାର୍ଡର ଝଲକ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଫ୍ୟାନ୍ସମାନେ ଉତ୍ସାହର ସହ ତାଙ୍କ ମ୍ୟାରେଜ୍‌କୁ ଅପେକ୍ଷା କରିଛନ୍ତି । ଖବର ଅନୁସାରେ ଏହା ପୁଲକିତ ସମ୍ରାଟଙ୍କ ଦ୍ୱିତୀୟ ବିବାହ ହେବାକୁ ଯାଉଛି । ଏହାପୂର୍ବରୁ ୨୦୧୪ ରେ ପୁଲକିତ ଗର୍ଲଫ୍ରେଣ୍ଡ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ, ଯାହା ୨୦୧୫ ରେ ଭାଙ୍ଗି ଯାଇଥିଲା ଏବଂ ଦୁହେଁ ଛାଡପତ୍ର ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.