ସାମ୍ନାକୁ ଆସିଲା ‘ହାଥୀ ମେରେ ସାଥୀ’ର ନୂଆ ପୋଷ୍ଟର, ନୂଆ ଲୁକ୍ରେ ନଜର ଆସିଲେ ପୁଲକିତ ସମ୍ରାଟ
ବଲିଉଡ୍ ଅଭିନେତା ପୁଲକିତ ସମ୍ରାଟ ଖୁବ୍ ଶୀଘ୍ର ନୂଆ ଫିଲ୍ମ ‘ହାଥୀ ମେରେ ସାଥୀ’ରେ ନଜର ଆସିବେ। ଏଥିରେ ବାହୁବଳୀ ଷ୍ଟାର ରାଣା ଦଗ୍ଗୁବାତୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ନୂଆ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି। ପୋଷ୍ଟରରେ ପୁଲକିତଙ୍କୁ ହାତୀ ସହ ଦେଖିବାକୁ ମିଳିଛି।
ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ଟ୍ଵିଟରରେ ଏ ନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ‘ପୁଲକିତ ସମ୍ରାଟ… ନୂଆ ପୋଷ୍ଟର ହାଥୀ ମେରା ସାଥୀ… ଷ୍ଟାରର୍ସ ରାଣା ଦଗ୍ଗୁବାତୀ। ଡାଇରେକ୍ଟର ପ୍ରଭୁ ସୋଲୋମନ୍ ଓ ଇରୋଜ ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରଡ୍ୟୁସ୍। ଏହି ଫିଲ୍ମ ୨ ଏପ୍ରିଲ ୨୦୨୦ରେ ହିନ୍ଦୀ, ତାମିଲ ଓ ତେଲଗୁ ଭାଷାରେ ରିଲିଜ ହେବ।’
#PulkitSamrat… New poster of #HaathiMereSaathi… Stars #RanaDaggubati… Directed by Prabu Solomon… Produced by Eros International… 2 April 2020 release in #Hindi, #Tamil and #Telugu. pic.twitter.com/GblkeppMrg
— taran adarsh (@taran_adarsh) February 22, 2020
ମଣିଷ ଓ ଜୀବଜନ୍ତୁଙ୍କ ଭାବନାତ୍ମକ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମରେ ଶ୍ରିୟା ପିଲଙ୍ଗାବକର, ବିଷ୍ଣୁ ବିଶାଲ, ଜୋୟା ହୁସେନ ଓ କଳ୍କୀ କୋଚଲିନ୍ ନଜର ଆସିବେ। ଏହାର ଶୀର୍ଷକ ତାମିଲରେ ‘କାଦନ’ ଓ ତେଲୁଗୁରେ ‘ଅରଣ୍ୟା’ ରହିବ। ଏହି ଫିଲ୍ମ ମାଧ୍ୟମରେ ୧୯୭୧ ମସିହାରେ ନିର୍ମିତ ରାଜେଶ ଖାନ୍ନା ଓ ତନୁଜାଙ୍କ ଅଭିନୀତ ଲୋକପ୍ରିୟ ଫିଲ୍ମ ହାଥୀ ମେରେ ସାଥୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି ଜଣାଯାଇଛି।