Below header

ଆନୁଷ୍ଠାନିକ ଭାବେ ଉଦଘାଟନ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଭିଡିଓ କନଫରେନ୍‌ସିଂରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ 

କେନ୍ୟୁଜ୍(ବ୍ୟୁରୋ): ଆନୁଷ୍ଠାନିକ ଭାବେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ଭିଡିଓ କନଫରେନ୍‌ସିଂରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି ବୋଲି କହିଛନ୍ତି । ଖେଲୋ ଇଣ୍ଡିଆ ଦ୍ୱାରା ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମନ୍ତବ୍ୟ ଦେଇଛନ୍ତି ମୋଦି । ଦୂତୀ ଚାନ୍ଦଙ୍କ ନାଁ ନେଇ ସେ କହିଲେ, ଏଭଳି ଖେଳାଳି ଦେଶ ପାଇଁ ଗୌରବ । ସେମାନଙ୍କଠାରୁ ଅନ୍ୟମାନେ ପ୍ରେରଣା ପାଇବେ । ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ର ସରକାର ଖେଲୋ ଇଣ୍ଡିଆ ପାଇଁ ଓଡ଼ିଶାକୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଯୋଗ ଦେଇଥିଲେ । ଓଡ଼ିଶାରେ ଏତେ ବଡ ଆୟୋଜନ ହୋଇଥିବାରୁ ସେ ଏହାକୁ ବେଶ୍‌ ପ୍ରଶଂସା କରିଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଏହି ଅବସରରେ ଓଡ଼ିଶାର ଆୟୋଜନକୁ ପ୍ରଶଂସା କରିଛନ୍ତି । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହି ଉଦଘାଟନୀ ଉତ୍ସବ ଆୟୋଜନ କରାଯାଇଛି । ବହୁ ସଂଖ୍ୟାରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.