Below header

ଜାଣନ୍ତୁ କିପରି ରହିଛି ଶାଶୁ ଶ୍ଵଶୁରଙ୍କ ସହ ରାକ୍ଷୀଙ୍କ ସମ୍ପର୍କ ଏବଂ କେଉଁ କାରଣରୁ ଦୁନିଆଠାରୁ ନିଜ ପତିଙ୍କୁ ଲୁଚାଇ ରଖିଛନ୍ତି ?

ରାଖୀ ସାୱନ୍ତଙ୍କ ପତି ରିତେଶ ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛନ୍ତି । ଯେବେଠାରୁ ରାଖୀ ବିବାହ କରିଛନ୍ତି ସେବେଠାରୁ ତାଙ୍କ ବିବାହ ଓ ସ୍ୱାମୀଙ୍କୁ ନେଇ ସେ ଚର୍ଚ୍ଚାରେ ରହିଆସିଛନ୍ତି । କାରଣ ରାଖୀଙ୍କ ପତି କିଏ ଓ ସେ କିପରି ଏହା ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଡ୍ରାମା କୁଇନ ରାଖୀ ସାୱନ୍ତଙ୍କ କହିବା ଅନୁଯାୟୀ ସେ ନିଜ ସ୍ୱାମୀଙ୍କୁ ବିଗବସ ୧୩କୁ ସାଥିରେ ନେଇ ଆସିବେ । ଛାଡ଼ନ୍ତୁ ବିଗବସ ତ ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେବ କିନ୍ତୁ ଏହା ପୂର୍ବରୁ ରାଖୀ ଏକ ଇଣ୍ଟରଭିୟୁରେ ନିଜ ପତିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।

rakhi sawant

ରାଖୀ କହିଛନ୍ତି ସେ ନିଜ ପତିଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଦେଖିବା ପାଇଁ ବହୁତ ସୁନ୍ଦର । ରାଖୀ ସାୱନ୍ତ ତାଙ୍କ ସ୍ୱାମୀଙ୍କୁ ନିଜ ହୃଦୟର ଏକ ଅଂଶ ବୋଲି କହିଛନ୍ତି ଏବଂ କାଳେ ତାଙ୍କ ପତିଙ୍କୁ କାହାର ନଜର ଲାଗିଯିବ ସେଥିପାଇଁ ସେ ଡରୁଛନ୍ତି ଓ ଏହି ଡର ପାଇଁ ସେ ନିଜ ସ୍ୱାମୀଙ୍କୁ ମିଡ଼ିଆଠୁ ଦୁରେଇ ରଖିଛନ୍ତି । ରାଖୀଙ୍କ କହିବା ଅନୁଯାୟୀ ତାଙ୍କ ପତି ମିଡିଆ ସାମ୍ନାକୁ ଆସିବାକୁ ଚାଁହୁନାହାନ୍ତି କାରଣ ସେ ଜଣେ ବିଜନେସମ୍ୟାନ ଅଟନ୍ତି ।

पति को लेकर किस बात से डरती हैं राखी सावंत? बताया कैसे हैं सास-ससुर

ରାଖି କହିଛନ୍ତି ଯେ ସେ ୨୦୨୦ ବେଳକୁ ନିଜ ପିଲା ବିଷୟରେ ପ୍ଲାନିଂ କରୁଛନ୍ତି । ରିତେଶ ୨୦୨୦ରେ ସିଧାସଳଖ ନିଜ ପିଲାକୁ ନେଇ ସମସ୍ତଙ୍କ ସାମ୍ନାକୁ ଆସିବେ । ଅବଶ୍ୟ ରାଖୀ ଏକଥା ପୂର୍ବରୁ କହିଥିଲେ କିନ୍ତୁ ରିତେଶଙ୍କୁ ସେ ବିଗବସ ମଞ୍ଚକୁ ଆଣିବାକୁ ଯାଉଛନ୍ତି । ରାଖୀ କହିଛନ୍ତି ରିତେଶ ନିଜ ବାପା ମା’ଙ୍କର ଗୋଟେ ପୁଅ ଏବଂ ତାଙ୍କର ଜଣେ ସାନ ଓ ଜଣେ ବଡ଼ ଭଉଣୀ ଅଛନ୍ତି । ସେ କହିଛନ୍ତି ” ମୋ ଶାଶୁ ଶ୍ବଶୁର ବହୁତ ଭଲ ଅଟନ୍ତି । ସେ ସିମ୍ପଲ ଏବଂ କେୟାରିଂ ମଧ୍ୟ ଅଟନ୍ତି ଓ ସେ କୌଣସି କଥାକୁ ନେଇ ଅଧିକ ଚିନ୍ତା କରନ୍ତି ନାହିଁ ।”

 

View this post on Instagram

 

Im going to bb13

A post shared by Rakhi Sawant (@rakhisawant2511) on

ଅନ୍ୟପଟେ ରାଖୀ ଆଜିକାଲି ନିଜର ନ୍ୟୁ ସଙ୍ଗ ଛପନ ଛୋରିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଧମାକାଦାର ଗୀତକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ଏହା ସହିତ ରାକ୍ଷୀଙ୍କ ଗୀତ ସେଲେବ୍ସ ମଧ୍ୟ ପ୍ରମୋଟ କରାଯାଉଛି । ରାଖୀ ସାୱନ୍ତ ବିଗବସ ଗ୍ରାଣ୍ଡ ପ୍ରିମିୟର ରାତିରେ ଛପନ ଛୋରି ସଙ୍ଗରେ ନିଜର ପରଫରମାନ୍ସ ଦେବେ । ଶୋ’ରେ ତାଙ୍କ ସହିତ ତାଙ୍କ ପତି ମଧ୍ୟ ନଜର ଆସିବେ । ସୂଚନା ଅନୁଯାୟୀ ରାଖି ସାୱନ୍ତ ମଧ୍ୟ ବିଗବସର ଏକ ଅଂଶ ହୋଇ ସାରିଛନ୍ତି ।

पति को लेकर किस बात से डरती हैं राखी सावंत? बताया कैसे हैं सास-ससुर

ଆଜିକାଲି ରାଖୀ ସାୱନ୍ତ ଇନଷ୍ଟାଗ୍ରାମରେ ବହୁତ ଦୁଃଖଭରା ଭିଡିଓ ସେୟାର କରୁଛନ୍ତି । ତାଙ୍କର ଏହି ଭିଡିଓକୁ ଦେଖି ଜଣେ ୟୁଜର ଲେଖିଛନ୍ତି କି ‘କଣ ରିତେଶ ଛାଡିଦେଲେ କି ?’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.