ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର, ୨୦୧୮-୧୯ ଲାଗି ମିଳିବ ୮.୬୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ: ଭବିଷ୍ୟନିଧି(ପିଏଫ୍‌) ଖାତାଧାରୀଙ୍କ ପାଇଁ ଖୁସିଖବର। ୨୦୧୮-୧୯ ବର୍ଷ ପାଇଁ ଭବିଷ୍ୟନିଧି ଜମାକାରୀଙ୍କୁ ୮.୬୫ ପ୍ରତିଶତ ଦରରେ ସୁଧ ମିଳିବ। ମଙ୍ଗଳବାର ଏ ନେଇ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ସୂଚନା ଦେଇଛନ୍ତି। ଇପିଏଫ୍‌ଓ ପାଇଁ ନିଷ୍ପତ୍ତି ନେଉଥିବା ବୋର୍ଡ ଚଳିତବର୍ଷ ଫେବୃଆରୀ ମାସରେ ୮.୬୫ ପ୍ରତିଶତ ସୁଧହାର ବଢ଼ାଇବା ନେଇ ଅନୁମତିି ପ୍ରଦାନ କରିଥିଲା।

ପରେ ଏହି ପ୍ରସ୍ତାବକୁ ବିତ୍ତ ମନ୍ତ୍ରଣାଳୟର ମଞ୍ଜୁରୀ ପାଇଁ ପଠାଯାଇଥିଲା। ଏନେଇ ଗଙ୍ଗଓ୍ଵାର କହିଛନ୍ତି ଯେ ଦୁର୍ଗା ପୂଜା ପୂର୍ବରୁ ଏହା ସାଧାରଣ ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଭେଟି। ଛଅ କୋଟିରୁ ଅଧିକ ଇପିଏଫ୍‌ଓ ଉପଭୋକ୍ତା ଏହା ଦ୍ୱାରା ଲାଭବାନ୍‌ ହେବେ। ତେବେ ବର୍ତ୍ତମାନ ଇପିଏଫ୍‌ଓ ଖାତାରେ ଉପଭୋକ୍ତାଙ୍କୁ ୮.୫୫ ପ୍ରତିଶତ ସୁଧ ମିଳୁଥିଲା। ଏହି ନୂତନ ସୁଧହାର ୨୦୧୭-୧୮ ବର୍ଷରୁ ଲାଗୁ ହେବ ବୋଲି ଜଣାଯାଇଛି।

ଏହାସହ ପଢ଼ନ୍ତୁ: ପ୍ରଫେସର ପଦବୀ ପାଇଁ ଓୟୁଏଟି ପ୍ରାର୍ଥୀ ଆବଶ୍ୟକ କରୁଛି, ଏମିତି କରନ୍ତୁ ଆବେଦନ