Below header

ଲକଡାଉନରେ ରହି ରାକୁଲ କରୁଥିଲେ ଟି ଶାର୍ଟ ଚ୍ୟାଲେଞ୍ଜ, ଆଉ ତା’ ପରେ ହେଲା ଏମିତି କିଛି

କରୋନ ଯୋଗୁଁ ସମଗ୍ର ଭାରତବର୍ଷ ଲକଡାଉନରେ। ଏଥିପାଇଁ ସମସ୍ତେ ଘର ଭିତରେ ବନ୍ଦ। ଏମିତି ସମୟରେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସୁଛି। ଏମିତିରେ ସେଲିବ୍ରିଟିମାନଙ୍କ ମଧ୍ୟରେ ଟି-ଶାର୍ଟ ଚ୍ୟାଲେଞ୍ଜ ବେଶ ଲୋକପ୍ରିୟ ହୋଇଛି। ଏହି ଚ୍ୟାଲେଞ୍ଜରେ ଭାଗନେଇଛନ୍ତି ସାଉଥ ତଥା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ। ସୋସିଆଲ ମିଡିଆରେ ଟି-ଶାର୍ଟ ଚ୍ୟାଲେଞ୍ଜ ଏବେ ଚହଳ ପକାଇଛି।


ଏହି ଚ୍ୟାଲେଞ୍ଜ ଆରମ୍ଭ ହେବା ସମୟରେ ସ୍ପାଇଡରମ୍ୟାନ ଫେମ ଟମ ହଲାଣ୍ଡ କାନ୍ଥ ସାହାଯ୍ୟରେ ଟିଶାର୍ଟ ପିନ୍ଧିବାକୁ ଚେଷ୍ଟା କରୁଥିବା ନଜର ଆସିଥିଲେ। ଏହି ଚ୍ୟାଲେଞ୍ଜକୁ ଅନେକ ସେଲିବ୍ରିଟ୍‌ ଆପଣାଇଥବା ମଧ୍ୟ ନଜର ଆସିଛି। ଏହି ଚ୍ୟାଲେଞ୍ଜରେ ରାକୁଲ ମଧ୍ୟ କାନ୍ଥକୁ ଗୋଡ ଲଗାଇ ବ୍ୟାୟାମ କଲା ଭଳି ଟିଶାର୍ଟ ପିନ୍ଧୁଥିବା ନଜର ଆସିଛନ୍ତି। ରାକୁଲ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ରାକୁଲ ଏହି ଚ୍ୟାଲେଞ୍ଜ ରିୟା ଚର୍କବର୍ତ୍ତୀ ଏବଂ ଆକାଂକ୍ଷା ରାଜନ ପୁରଙ୍କୁ ଦେଇଛନ୍ତି। ଏହା ପୂର୍ବରୁ ନେହା ଶର୍ମା ଏହି ଚ୍ୟାଲେଞ୍ଜ କରିସାରିଛନ୍ତି। ସୂଚନାଯୋଗ୍ୟ, ଲକଡାଉନରେ ରାକୁଲ ନିଜ ଘର ନିକଟରେ ଥିବା ବସ୍ତିର ୨୦୦ ପରିବାରକୁ ସାହାଯ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.