ଲକଡାଉନ ଯୋଗୁ 22 ଦିନ ହେବ କନ୍ୟାର ବିଦାୟୀ ହୋଇପାରୁନି, ପ୍ରଶାସନ ଓ କନ୍ୟାଘର ମିଶି ବରଯାତ୍ରୀଙ୍କୁ ଯୋଗାଉଛନ୍ତି ଦୁଇ ବକତ ଖାଦ୍ୟ

ଲକଡାଉନ ଯୋଗୁ ଉତ୍ତର ପ୍ରଦେଶର ଆଲିଗଡରେ ବିବାହର 22 ଦିନ ପରେ ମଧ୍ୟ କନ୍ୟାର ବିଦାୟୀ ହୋଇପାରିନାହିଁ। ଝାଡ଼ଖଣ୍ଡରୁ ବଳଦ ଗାଡ଼ିରେ ଆସିଥିବା 12ଜଣ ବରଯାତ୍ରୀ 21 ମାର୍ଚ୍ଚରୁ କନ୍ୟା ଘରେ ହିଁ ଅଟକି ରହିଛନ୍ତି। ପ୍ରଶାସନ ପକ୍ଷରୁ ବରଯାତ୍ରୀଙ୍କ ପାଇଁ ଗୋଟିଏ ବକତର ଖାଦ୍ୟ ଉପଲବ୍ଧ କରାଯାଉଛି ଏବଂ ଆଉ ଏକ ବକତର ଖାଦ୍ୟ ବ୍ୟବସ୍ଥା କନ୍ୟା ଘର ଲୋକ କରୁଛନ୍ତି। ଏହାଛଡା ସ୍ୱାସ୍ଥ୍ୟ ବିଭାଗ ଟିମ ମଧ୍ୟ ସମସ୍ତ ବରଯାତ୍ରୀଙ୍କୁ ଚେକଅପ କରିଛନ୍ତି। ସମସ୍ତେ ଏବେ ସୁସ୍ଥ ଅଛନ୍ତି।

ସୂଚନା ମୁତାବକ, ଅତରୋଲି କୋତବାଲିର ଗାଁ ବିଧିପୁରରେ ରହୁଥିବା ନରପତ ସିଂ ଆର୍ଯ୍ୟଙ୍କ ଝିଅ ସାବିତ୍ରୀ ଆର୍ଯ୍ୟଙ୍କ ବିବାହ 22 ମାର୍ଚ୍ଚରେ ଥିଲା। ବରଯାତ୍ରୀ ଝାଡ଼ଖଣ୍ଡର ଧନବାଦ ଜିଲ୍ଲା ତହସିଲ ତୋପଚାଞ୍ଚି ଗାଁରୁ ବଳଦ ଗାଡ଼ିରେ ଆସିଥିଲେ। ବର ସମେତ 12ଜଣ ବରଯାତ୍ରୀ 21 ମାର୍ଚ୍ଚ ରାତି ପାଖାପାଖି 9ଟାରେ ବିଧିପୁର ପହଞ୍ଚିଥିଲେ। 22 ତାରିଖରେ ବିଧି ମୁତାବକ ବରକନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଥିଲା।

23

କିନ୍ତୁ 21 ମାର୍ଚ୍ଚ ରାତି 8ଟାରେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଗୋଟିଏ ଦିନ ପାଇଁ ଜନତା କର୍ଫ୍ୟୁ ଆହ୍ୱାନ କରିଥିଲେ। ଆଶା ଥିଲା କି, 23 ମାର୍ଚ୍ଚକୁ କର୍ଫ୍ୟୁ ଖୋଲିଯିବ ଏବଂ ବରକନ୍ୟା ସହ ବରଯାତ୍ରୀମାନେ ଫେରିଯିବେ। ଏପରିକି, ସମସ୍ତଙ୍କର ରିଜର୍ଭେଶନ ମଧ୍ୟ କରାଯାଇଥିଲା। କିନ୍ତୁ ଏହାପରେ 21 ଦିନର ଲକଡାଉନ ହୋଇଗଲା ଏବଂ ସେବେଠାରୁ ସମସ୍ତ ଗାଡି ଚଳାଚଳ ବନ୍ଦ ଅଛି, ଯାହାଫଳରେ ବରଯାତ୍ରୀମାନେ କନ୍ୟା ଗାଁରେ ହିଁ ଫସିରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.