ନିଜର ପ୍ରଥମ ପୋଷ୍ଟରୁ ହିଁ ଟ୍ଵିଟରରେ ଟ୍ରେଣ୍ଡ ହେଲେ ଏହି ସାଉଥ ସୁପରଷ୍ଟାର, କାରୋନା ସହ ଲଢେ଼ଇ କରିବାକୁ ଦାନ କଲେ 70 ଲକ୍ଷ ଟଙ୍କା

ସାରା ଦେଶ ଏବେ ବନ୍ଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କାରୋନା ସହିତ ଲଢେଇ ଜରିବାକୁ ପୂରା ଦେଶକୁ ଲକଡାଉନ କରିଦେଇଛନ୍ତି। ଏବେ ସାରା ଦେଶରେ ଲୋକେ ଘରେ ରହି ନିଜ ଟାଇମ ସ୍ପେଣ୍ଡ କରୁଛନ୍ତି। ତେବେ କିନ୍ତୁ ଷ୍ଟାର ମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ନିଜ ଫ୍ୟାନ୍ସଙ୍କ ସହିତ ସମ୍ପର୍କରେ ରହିପାରୁଛନ୍ତି। ଏମିତିରେ ସାଉଥ ସିନେମାର ଜଣେ ସୁପରଷ୍ଟାର ମଧ୍ୟ ଏବେ ସୋସିଆଲ ମିଡ଼ିଆକୁ ଏଣ୍ଟ୍ରି କରିଛନ୍ତି। ଆପଣ ଭାବୁଥିବେ ଏଥିରେ କଣ ନୂଆ କଥା ଅଛି, ସେଲିବ୍ରିଟି ମାନେ ତ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି। ତେବେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏହି ସୁପରଷ୍ଟାର ଜଣଙ୍କ ନିଜର ପ୍ରଥମ ପୋଷ୍ଟରେ ହିଁ ଏହା ଜଣାଇଛନ୍ତି ଯେ ସେ କାରୋନା ଭାଇରସ ସହ ଲଢେ଼ଇ ପାଇଁ 70 ଲକ୍ଷ ଟଙ୍କା ଦାନ କରିଛନ୍ତି।

ramସାଉଥ ସୁପରଷ୍ଟାର ଅଭିନେତା ରାମଚରଣ ଟ୍ଵିଟରରେ ଏଣ୍ଟ୍ରି ମାରିଛନ୍ତି। ରାମଚରଣଙ୍କ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲ ହେଉଛି @AlwaysRamCharan। ଟ୍ୱିଟରକୁ ଆସିବା ପରେ ହିଁ ରାମଚରଣଙ୍କ followers ସଂଖ୍ୟା ବହୁତ ବଢି ଚାଲିଛି।ଅଭିନେତା ଚିରଞ୍ଜୀବ ଏହା ଜଣାଇଛନ୍ତି ଯେ ରାମଚରଣ ଟ୍ଵିଟରରେ ଡେବ୍ୟୁ କରିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ ରାମଚରଣଙ୍କ ବାପା ଏବଂ ବର୍ଷିୟାନ ଅଭିନେତା ଚିରଞ୍ଜିବି ମଧ୍ୟ ସୋସିଆଲ ମିଡିଆରେ ନିଜର ଉପସ୍ଥିତି ଜଣାଇଥିଲେ। ସେହିପରି ଏବେ ପୁଅ ରାମଚରଣ ମଧ୍ୟ ଟ୍ୱିଟରକୁ ଆସିଗଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାମଚରଣ ଟ୍ଵିଟରରେ ଡେବ୍ୟୁ କରିବା ସହିତ ଟ୍ଵିଟରରେ #RamCharanOnTwitter ଟ୍ରେଣ୍ଡ ହେବାରେ ଲାଗିଲା।

ଟ୍ୱିଟରରେ ଡେବ୍ୟୁ କରିବା ସହିତ ରାମଚରଣ 70 ଲକ୍ଷ ଟଙ୍କା ଦାନ ମଧ୍ୟ କରିଛନ୍ତି। ସେ ତେଲୁଗୁ ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା କୋଷ ପାଇଁ 70 ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦ୍ୱାରା ଘାତକ କାରୋନା ଭାଇରସ ବିରୁଦ୍ଧରେ ଲଢେଇ କରିବାରେ କରାଯାଇଥିବା ପ୍ରୟାସରେ ସହାୟତା ମଧ୍ୟ କରିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାମଚରଣଙ୍କର ଆଗାମୀ ଫିଲ୍ମ ଆରଆରଆର। ଏସ.ଏସ. ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର ର ମୋସନ ପୋଷ୍ଟର ଏବଂ ଟାଇଟଲ ଲୋଗୋ ସାମ୍ନାକୁ ଆସିସାରିଛି।

You might also like