କେବେ ଘରେ ଟ୍ରାଏ କରିଛନ୍ତି କି ଏଗ ମଞ୍ଚୁରିଆନ? ତାହେଲେ ଆଜି ହିଁ ତିଆରି କରି ସମସ୍ତଙ୍କୁ ଖୁଆନ୍ତୁ

ଆବଶ୍ୟକୀୟ ସମାଗ୍ରୀ

  • ଅଣ୍ଡା ୪ ଟି
  • ମଇଦା ଅଧାକପ୍
  • କର୍ଣ୍ଣଫ୍ଲୋର ଅଧାକପ୍
  • ଅଦା ଅଳ୍ପ
  • ରସୁଣ ଗୋଟିଏ
  • ପିଆଜ ଗୋଟିଏ
  • ଲଙ୍କାଗୁଣ୍ଡ
  • ଗୋଲମରିଚ ଗୁଣ୍ଡ
  • ଟମାଟୋ କ୍ୟାଚଅପ୍
  • ଚିଲି ସସ୍
  • ସୋୟା ସସ୍
  • କ୍ୟାପ୍ସିକମ ଗୋଟିଏ
  • ପିଆଜ କିମ୍ବା ଧନିଆ ପତ୍ର (ଗାର୍ନିସିଙ୍ଗ ପାଇଁ)
  • ତେଲ
  • ଆବଶ୍ୟକ ଅନୁସାରେ ଲୁଣ

Egg Manchurian Recipe | Steffi's Recipes

ପ୍ରସ୍ତୁତି ପ୍ରଣାଳୀ

ଏଗ୍ ମଞ୍ଚୁରିଆନ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ଅଣ୍ଡାଗୁଡିକ ଭାଙ୍ଗି ପକାଇ ଦିଅନ୍ତୁ । ତାପରେ ସେଥିରେ ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ଏକ ପାତ୍ରରେ ଟିକେ ତେଲ ଲଗାଇ ସେହି ଅଣ୍ଡାକୁ ସେଥିରେ ଢାଳି ଓଭାନରେ ୧୦ ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ମାଇକ୍ରୋଵେଭ ନଥିଲେ ଆପଣ ଇଟଲି ଛାଞ୍ଚ ଭିତରେ ମଧ୍ଯ ରଖି ଏହି ଅଣ୍ଡାକୁ ସିଝାଇ ପାରିବେ । ବର୍ତ୍ତମାନ୍ ଆଉ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର ଓ ଲଙ୍କାଗୁଣ୍ଡ ପକାଇ ପାଣି ଦେଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ସିଝି ଯାଇଥିବା ଅଣ୍ଡାକୁ ଆଣି ଛୋଟ ଛୋଟ ପିସ୍ କରି କାଟି ପ୍ରସ୍ତୁତ ଘୋଳରେ ପକାଇ ଦିଅନ୍ତୁ ।

ଏବେ ଏକ ପ୍ୟାନରେ ତେଲ ଗରମ୍ କରି ଏହାକୁ ଛାଣି ଦିଅନ୍ତୁ । ତାପରେ ଆଉ ଏକ ପ୍ୟାନ ବସାଇ ସେଥିରେ ତେଲ ପକାଇ କଟା ଅଦା, ରସୁଣ ଓ ପିଆଜ ପକାଇ ଭାଜନ୍ତୁ । ଭାଜି ହୋଇଗଲା ପରେ ଏଥିରେ କ୍ୟାପ୍ସିକମ ପକାନ୍ତୁ । ତାପରେ ସେଥିରେ ଟମାଟୋ କ୍ୟାଚଅପ୍, ଚିଲି ସସ୍ ଓ ସୋୟା ସସ୍ ପକାଇ ଗୋଳାଇ ଦିଅନ୍ତୁ । ଯଦି ଆପଣ ଏହାକୁ ଗ୍ରେଭି କରିବାକୁ ଚାହୁଁଥିବେ ତାହେଲେ ଅଳ୍ପ କର୍ଣ୍ଣଫ୍ଲୋରକୁ ପାଣିରେ ଗୋଳାଇ ଏହି ମସଲାରେ ଦେଇ ଦିଅନ୍ତୁ । ତାପରେ ସେଥିରେ ଲୁଣ ପକାଇବା ସହ ଛାଣି ରଖିଥିବା ଅଣ୍ଡାକୁ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ଶେଷରେ ଧନିଆପତ୍ର କିମ୍ବା ପିଆଜ ପତ୍ର କାଟି ପକାଇ ଦିଅନ୍ତୁ । ବର୍ତ୍ତମାନ୍ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଏଗ୍ ମଞ୍ଚୁରିଆନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.