Below header

ରଣଦୀପଙ୍କ ଜୀବନରେ ଆସିଲେ ନୂଆ ସୁନ୍ଦରୀ, ଶାହରୁଖଙ୍କ ସହିତ କରିସାରିଛନ୍ତି କାମ

ରଣଦୀପ ହୁଡ୍ଡା ନିଜର ଜବରଦସ୍ତ ଅଭିନୟ ଯୋଗୁଁ ପ୍ରତ୍ୟେକ ଫିଲ୍ମ ହିଟ୍‌ ରହିଥାଏ। କାମ ଛଡା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି। ଏବେ ରଣଦୀପ ହୁଡ୍ଡାଙ୍କ ନାମ ଜଣେ ସୁନ୍ଦରୀଙ୍କ ସହିତ ଯୋଡି ହୋଇଛି। ଆଉ ଖାସ୍‌ ଏଥିପାଇଁ ରଣଦୀପ ହୁଡ୍ଡା ପୁଣି ଥରେ ଚର୍ଚ୍ଚାରେ। ସୋସିଆଲ ମିଡିଆ ରିପୋଟର୍ସ ମୁତାବକ, ରଣଦୀପ ହୁଡ୍ଡା ଏବେ ମଣିପୁରର ମଡେଲ ଲିନ ଲେଶରାମଙ୍କୁ ଡେଟ୍‌ କରୁଛନ୍ତି।

ଲିନ ଲେଶରାମ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ। ଲିନ ଶାହରୁଖଙ୍କ ଫିଲ୍ମ ଓମ୍‌ ଶାନ୍ତି ଓମ, ମେରୀ କମ୍‌, ରଙ୍ଗୁନରେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ମଡେଲିଂ ଦୁନିଆରେ ମଧ୍ୟ ଲିନ୍‌ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ରିପୋର୍ଟ ମୁତାବକ, ରଣଦୀପ ଏବଂ ଲିନ୍‌ ପରସ୍ପରକୁ ୮ ମାସ ହେଲାଣି ଡେଟ୍‌ କରୁଛନ୍ତି।

ଦୁହିଁଙ୍କୁ ୫ ବର୍ଷ ପୂର୍ବେ ଏକ ବକ୍ସିଂ ମ୍ୟାଚ ସମୟରେ ଏକାଠି ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ଏମାନଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ରଣଦୀପ ନିଜ ଲଭ୍‌ ଲାଇଫକୁ ନେଇ ଚୁପ୍‌ ରହିଥିଲେ। ନିକଟରେ କିନ୍ତୁ ଏମାନଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଥିଲା। ଏହି ଫଟୋରେ ଲିନ୍‌ ମଧ୍ୟ ନଜର ଆସିଛନ୍ତି। ଯାହାକୁ ନେଇ ରଣଦୀପଙ୍କ ଫ୍ୟାନ୍ସ ଚର୍ଚ୍ଚା କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.