ଅଭିନୟ କରିବା ପୂର୍ବରୁ ଷ୍ଟୁଡିଓ ଚଟାଣରେ ପୋଛା ମାରୁଥିଲେ ରବୀନା, ତା’ ପରେ ହେଲେ ସୁପରଷ୍ଟାର

ଫିଲ୍ମ କେଜିଏଫ-୨ରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଅଭିନୟଙ୍କୁ ସମସ୍ତେ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ରବୀନା ପ୍ରଧାନମନ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି। ରବୀନା ଟଣ୍ଡନ ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜ କ୍ୟାରିଅର ଆରମ୍ଭ ୧୯୯୧ରେ ଆସିଥିବା ଫିଲ୍ମ ‘ପଥର କେ ଫୁଲ୍‌’ ଜରିଆରେ କରିଥିଲେ। ତା’ ପରେ ମୋହରା, ଲାଡଲା, ଦିଲଓ୍ଵାଲେ ଏବଂ ଅନ୍ଦାଜ ଅପନା ଅପନା ଭଳି ସୁପରହିଟ୍‌ ଫିଲ୍ମରେ ନଜର ଆସିଥିଲେ। କିନ୍ତୁ ଆପଣ ରବୀନାଙ୍କ ବିଷୟରେ ଏମିତି କିଛି କଥା ରହିଛି, ଯାହା ହୁଏତ ତାଙ୍କ ଫ୍ୟାନ୍ସମାନେ ଜାଣିନଥିବେ।

ରବୀନା ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ଷ୍ଟୁଡିଓରେ କାମ କରୁଥିଲେ। ରବୀନା ଷ୍ଟୁଡିଓରେ ଚଟାଣ ସଫା କରୁଥିଲେ ଏବଂ ଲୋକଙ୍କ ବାନ୍ତି ସଫା କରୁଥିଲେ। ରବୀନା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ମୁଁ ପ୍ରଥମେ ଷ୍ଟୁଡିଓରେ ଚଟାଣ ସଫା କରିବା ସହିତ ପୋଛା ମାରୁଥିଲି। ଏହା ସହିତ ଲୋକଙ୍କ ବାନ୍ଦି ମଧ୍ୟ ସଫା କରୁଥିଲି। ୧୦ମ ଶ୍ରେଣୀରେ ପଢୁଥିବା ବେଳେ ପ୍ରହ୍ଲାଦ କକ୍କଡଙ୍କୁ ଆସିଷ୍ଟ କରୁଥିଲି। ସେତେବେଳେ ସେ ହିଁ କହିଥିଲେ, ତୁମେ ସ୍କ୍ରିନ ପଛରେ କ’ଣ କରୁଛ, ତୁମକୁ ସ୍କ୍ରିନରେ କାମ କରିବା ଉଚିତ। ତମେ ସ୍କ୍ରିନରେ କାମ କରିବା ପାଇଁ ଯୋଗ୍ୟ।

kgf 2
Photo credit: India Today

ମୁଁ ସେତେବେଳେ ସ୍କ୍ରିନରେ କାମ କରିବା ପାଇଁ ମନା କରିଦେଇଥିଲେ। ଆଉ କେବେ ଅଭିନେତ୍ରୀ ହେବି ବୋଲି ମଧ୍ୟଚିନ୍ତା କରିନଥିଲି। ପ୍ରହ୍ଲାଦ କକ୍କଡଙ୍କୁ ସେଟ୍‌କୁ ଯେତେବେଳେ କୌଣସି ମଡେଲ ଆସୁନଥିଲେ, ସେତେବେଳେ ସେ ମୋତେ ଡାକି ମଡେଲିଂ କରାଉଥିଲେ।

ସେତେବେଳେ ମୋତେ ମେକ୍‌ଅପ୍‌ କରି ପୋଜ୍‌ ଦେବା ପାଇଁ କହୁଥିଲେ। ତା’ ପରେ ଭାବିଲି, ଯଦି ମୋତେ ଏହି କାମ କରିବାର ରହିଛି, ତେବେ କ’ଣ ପାଇଁ ମାଗଣାରେ କରିଛି। ଏଥିପାଇଁ ମୋତେ ପଇସା ମିଳିବ ଦରକାର। ତା’ ପରେ ହିଁ ମଡେଲିଂ କରିବା ଆରମ୍ଭ କରିଥିଲି। ତେବେ ଅଭିନୟ କରିବା ପୂର୍ବରୁ ମଡେଲିଂ କରିବା ଆରମ୍ଭ କରିଥିଲେ ରବୀନା। ଏହା ପରେ ରବୀନାଙ୍କ ହାତକୁ ଅନେକ ଫିଲ୍ମ ଅଫର ଆସିଥିଲା। କିନ୍ତୁ ମୋତେ ଆକ୍ଟିଂ, ଡ୍ୟାନ୍ସିଂ, ନା ଡାଇଲଗ୍‌ କିଛି ବି ଆସୁନଥିଲା। ସବୁକିଛି ଧୀରେ ଧୀରେ ଶିଖିଥିଲେ ବୋଲି ରବୀନା କହିଛନ୍ତି।

ସାଉଥ୍‌ ସୁପରଷ୍ଟାର ୟଶ୍‌ଙ୍କ ବ୍ଲକ୍‌ ବଷ୍ଟର ଫିଲ୍ମ ‘କେଜିଏଫ୍‌ ୨’ ବକ୍ସ ଅଫିସରେ ମୋଟା ଅଙ୍କର ରୋଜଗାର କରି ନୂଆ ଇତିହାସ ରଚିଛି। ଫିଲ୍ମକୁ ଦର୍ଶକେ ବେଶ୍‌ ପସନ୍ଦ କରୁଛନ୍ତି। ରବୀନାଙ୍କୁ ତାଙ୍କ ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ରବୀନା ମଧ୍ୟ ଫିଲ୍ମର ସଫଳତା ପରେ ବକ୍ସ ଅଫିସର କଲେକ୍ସନ୍‌ରେ ଖୁସି ଅଛନ୍ତି। ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଲୋକମାନେ ଥିଏଟରରେ କେଜିଏଫ୍‌ ୨ର ସ୍କ୍ରିନିଂ ବେଳେ ଚାନ୍ଦିର କଏନ୍‌ ଫିଙ୍ଗୁଛନ୍ତି। ଥିଏଟରରେ ଚାଲିଥିବା ଏହି ଫିଲ୍ମର ଶେଷ ଦୃଶ୍ୟ ଯେତେବେଳେ କେଜିଏଫ୍‌ ୩ ର ଘୋଷଣା କରାଯାଇଥିଲା, ସେତେବେଳେ ଲୋକେ ଉତ୍ସାହିତ ହୋଇ କଏନ୍‌ ଫିଙ୍ଗିଛନ୍ତି। ଏ ଅବସରରେ ଲୋକମାନେ ଜୋର୍‌ରେ ଚିଲ୍ଲାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.