ଯେତେବେଳେ ରଣବୀର କପୁରଙ୍କ ଭଉଣୀ ଉପରେ ଲାଗିଥିଲା ଚୋରିର ଆରୋପ, ମାଗିବାକୁ ପଡିଥିଲା କ୍ଷମା

ବଲିଉଡ ଆକ୍ଟର ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ଆଜି ନିଜର ୩୯ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ରିଦ୍ଧିମା ଜଣେ ଜଣାଶୁଣା ଜୁଏଲାରୀ ଡିଜାଇନର ଅଟନ୍ତି । ‘R’ ନାମରେ ତାଙ୍କର ଏକ ସଫଳ ଜୁଏଲାରୀ ବ୍ରାଣ୍ଡ ମଧ୍ୟ ରହିଛି ଏବଂ ଲୋକମାନଙ୍କ ଭିତରେ ସେ ବହୁତ ପପୁଲାର ମଧ୍ୟ ଅଟନ୍ତି । କିନ୍ତୁ ଗତବର୍ଷ ତାଙ୍କର ଏହି ବ୍ରାଣ୍ଡ ଉପରେ ଡିଜାଇନ ଚୋରିର ଆରୋପ ଲଗାଯାଇଥିଲା । ଏହି ମାମଲା ଏତେ ବଢିଯାଇଥିଲା ଯେ ଶେଷରେ ତାଙ୍କୁ ସାମ୍ନାକୁ ଆସି କ୍ଷମା ମାଗିବାକୁ ପଡିଥିଲା ।

ranbir kapoor, riddhima kapoor

ସୂଚନା ଅନୁଯାୟୀ ରିଦ୍ଧିମା ଜୁଏଲାରୀ ନିଜର ନୂଆ ଫେଷ୍ଟିଭ କଲେକ୍ସନ ଲଞ୍ଚ କରିଥିଲା ଯେଉଁଥିରେ ଡାଏମଣ୍ଡ ଏବଂ ପର୍ଲସରେ ପ୍ରସ୍ତୁତ କରାଯାଇଥିବା ଏକ ଇୟରିଂ ସେଟ ରହିଥିଲା । ଯାହାକୁ ଏକ ଡିଜାଇନର କପି ବୋଲି କୁହାଯାଇଥିଲା ଏବଂ ଏହି ସମୟରେ ତାଙ୍କ ଉପରେ ଡିଜାଇନ ଚୋରିର ଆରୋପ ମଧ୍ୟ ଲଗାଯାଇଥିଲା । ‘ ଡାଇଟ ସବ୍ୟା ‘ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ରିଦ୍ଧିମାଙ୍କ ଉପରେ ଏହି ଆରୋପ ଲଗାଯାଇଥିଲା । ଏଥିରେ ତାଙ୍କ ଇୟରିଂକୁ ଡିଜାଇନ Kokichi Mikimoto ର କପି ବୋଲି କୁହଯାଇଥିଲା । ପୋଷ୍ଟରେ ଦାବି କରାଯାଇଥିଲା ଯେ ରିଦ୍ଧିମା କେବଳ ଇୟରିଂ ଡିଜାଇନର କପି ନୁହେଁ ବରଂ ତାର ଫଟୋ ମଧ୍ୟ Kokichi Mikimoto ର ୱେବସାଇଟରୁ ନେଇଥିଲେ ।

ଡାଇଟ ସବ୍ୟା ଦୁଇଟି ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ଗୋଟିଏ ପୋଷ୍ଟରେ ଏହି ଇୟରିଂର ଫଟୋ ଥିବାବେଳେ ଦ୍ଵିତୀୟ ଫଟୋରେ ରିଦ୍ଧିମାଙ୍କ ପୋଷ୍ଟ ଦେଖାଯାଇଥିଲା । ଏହି ଫଟୋକୁ ସେୟାର କରି ସେ ଲେଖିଥିଲେ କୋକିଚି ମିକିମୋଟୋ ଦୁନିଆରେ ପର୍ଲ କିଙ୍ଗ ନାମରେ ଜଣା ଯାଇଥାଏ । ୧୯୧୬ ମସିହାରୁ କାମ କରୁଥିବା ଏହି ବ୍ରାଣ୍ଡ ଇଣ୍ଡଷ୍ଟ୍ରିରେ ଏକ ବେଞ୍ଚମାର୍କ ଅଟେ । ସେଥିପାଇଁ ବୋଧହୁଏ ‘ ଜୁଏଲାରୀ ଡିଜାଇନର ଅଫ ଦ ଇୟର ‘ ରିଦ୍ଧିମା କପୁର ଏହି ଡିଜାଇନକୁ ନିଜ ବ୍ରାଣ୍ଡ ସହିତ ବିକ୍ରି କରିବାରୁ ନିଜକୁ ରୋକି ପାରିଲେ ନାହିଁ ।

ଏହି ଅଭିଯୋଗ କାରଣରୁ ରିଦ୍ଧିମାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । ଡାଇଟ ସବ୍ୟାର ଏହି ପୋଷ୍ଟରେ ରିଦ୍ଧିମା ଏକ ପୋଷ୍ଟ କରି ସଫାଇ ମଧ୍ୟ ଦେଇଥିଲେ ଏବଂ କହିଥିଲେ ଯେ ସେ ଅରିଜିନାଲ ଡିଜାଇନରଙ୍କୁ ତାଙ୍କ ପୋଷ୍ଟରେ ଟ୍ୟାଗ ନକରିଥିବାରୁ କ୍ଷମା ଚାଁହୁଛନ୍ତି । ଏବଂ ସେ ସମସ୍ତ ଡିଜାଇନର୍ସଙ୍କ କ୍ରିଏଟିଭିଟିକୁ ବହୁତ ସମ୍ମାନ କରନ୍ତି ଓ କପି କରି ସେ ତାଙ୍କର ଅସମ୍ମାନ କରିବାକୁ ଚାହାଁନ୍ତି ନାହିଁ ।

 

View this post on Instagram

 

A post shared by Riddhima Kapoor Sahni (RKS) (@riddhimakapoorsahniofficial) on

ଯଦିଓ ରିଦ୍ଧିମା ବଲିଉଡ ଠାରୁ ଦୂରରେ ଅଛନ୍ତି କିନ୍ତୁ ସେ ପ୍ରାୟତଃ ପାର୍ଟି ଗୁଡିକରେ ନଜର ଆସିଥାନ୍ତି । ତାଙ୍କର ଡ୍ରେସିଂ ସେନ୍ସ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି । ଏଭଲିକି ସେ ଆଲିଆ ଭଟ୍ଟଙ୍କର ମଧ୍ୟ ବହୁତ ଭଲ ବନ୍ଧୁ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.