Below header

ଆଜି ରବିବାରରେ ବି ଖୋଲା ଅଛି ଆରଟିଓ ଅଫିସ୍, ଡ୍ରାଇଭିଂ ଲାଇସେନ୍ସ ପାଇଁ ନାହିଁ ନଥିବା ଭିଡ଼

ଭୁବନେଶ୍ବର (କେନ୍ୟୁଜ୍) : ଆଜି ରବିବାର ସତ୍ତ୍ୱେ ଖୋଲା ରହିଛି ଆରଟିଓ ଅଫିସ୍ । ଲୋକେ ଡ୍ରାଇଭିଂ ଲାଇସେନ୍ସ ସହ ଆବଶ୍ୟକ କାଗଜପତ୍ର ପାଇଁ ଆସୁଛନ୍ତି ଆରଟିଓ ଅଫିସ୍ । ସରକାର ତିନି ମାସ ଟ୍ରାଫିକ୍ ନିୟମ କୋହଳ କରିଛନ୍ତି । ଏହା ଭିତରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ତେଣୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଅଫିସରେ ଭିଡ଼ ଜମୁଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଛୁଟି ଦିନରେ ବି ଅଫିସ୍ ଖୋଲା ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.