ଦିବ୍ୟାଙ୍ଗ ପିଲାଙ୍କ ସହିତ ସଲମାନ୍‌ କଲେ ଏପରି ଡ୍ୟାନ୍ସ, ଲୋକେ କହିଲେ ‘ୟୁ କରକେ’

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କର ଫିଲ୍ମ ‘ଦବଙ୍ଗ ୩’ ଏବେ ରିଲିଜ୍‌ ଅପେକ୍ଷାରେ। ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ବହୁତ ଉତ୍ସୁକତା ରହିଛି। ‘ଦବଙ୍ଗ ୩’ର ନୂଆ ସଙ୍ଗ୍‌ ‘ୟୁ କରକେ’ ରିଲିଜ୍‌ ହୋଇଛି। ଏହି ସଙ୍ଗରେ ସଲମାନ ଏବଂ ସୋନାକ୍ଷୀଙ୍କ ଚଟପଟି କେମେଷ୍ଟୀ ଦେଖିବାକୁ ମିଳିବ।

ଏବେ ସୋସିଆଲ ମିଡିଆରେ ସଲମାନଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଭିଡିଓରେ ସେ ଦିବ୍ୟାଙ୍ଗ ପିଲାଙ୍କ ସହିତ ନିଜ ଫିଲ୍ମର ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ପ୍ରଭୁଦେବା ଏବଂ ସୋନାକ୍ଷୀ ସିହ୍ନା ମଧ୍ୟ ନଜର ଆସୁଛନ୍ତି।

ଏହି ଭାଇରାଲ ଭିଡିଓକୁ ସଲମାନ ତାଙ୍କ ଟ୍ଵିଟର ଆକାଇଣ୍ଟରେ ସେୟାର କରିଛନ୍ତି। ସଲମାନ ଏହି ଭିଡିଓରେ ସ୍ପେଶାଲ ଚିଲଡ୍ରେନ୍ସଙ୍କ ସହିତ ଖୁବ୍‌ ମସ୍ତି କରୁଥିବା ନଜର ଆସୁଛନ୍ତି। ଲୋକମାନେ ଏହି ଭିଡିଓକୁ ଦେଖି ଖୁବ୍‌ ସଲମାନଙ୍କର ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.