ମା’ଙ୍କ ଜନ୍ମ ଦିନରେ ଫଟୋ ଶେୟାର କରି ମନେ ପକାଇଲେ ସଞ୍ଜୁ ବାବା

ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ସ୍ବର୍ଗତ ନରଗୀସ ଦତ୍ତଙ୍କର ଆଜି ୯୦ତମ ଜନ୍ମଦିନ। ମଦରଇଣ୍ଡିଆ, ଶ୍ରୀ୪୨୦, ଆବାରା ଭଳି ସୁପରହିଟ ଫିଲ୍ମରେ ଅଭିନୟ କରି ସେ ବଲିଉଡରେ ନିଜର ଏକ ଛାପ ଛାଡିଯାଇଛନ୍ତି। ରିଲରେ ରାଜ୍ କପୁରଙ୍କ ସହ ତାଙ୍କ ଯୋଡିକୁ ସବୁଠାରୁ ଭଲ ବୋଲି କୁହାଯାଇଥିବା ବେଳେ ରିଏଲରେ ସୁନିଲ ଦତ୍ତଙ୍କ ସହ ତାଙ୍କର ବିବାହ ହୋଇଥିଲା। ତେବେ ବଲିଉଡର ସଞ୍ଜୁବାବା ତଥା ସଞ୍ଜୟ ଦତ୍ତଙ୍କ ମା ହେଉଛନ୍ତି ନରଗୀସ ।

ମାଙ୍କ ଜନ୍ମ ଦିନରେ ତାଙ୍କୁ ମନେ ପକାଇବାକୁ ଯାଇ ସୋସିଆଲ ମିଡିଆରେ ତାଙ୍କର ଫଟୋ ଶେୟାର କରିଛନ୍ତି ସଞ୍ଜୁବାବା। ଏଥିସହ ଭାବପ୍ରବଣ କ୍ୟାପସନ ଲେଖିଛନ୍ତି, ସ୍ମୃତି କେବେ ଫିକା ପଡ଼େନା । ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ ମା । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଅଭିନେତ୍ରୀ ନରଗୀସଙ୍କ ଦେହାନ୍ତ କ୍ୟାନ୍ସରରେ ପୀଡିତ ଥିବାରୁ ହୋଇଥିଲା।

 

View this post on Instagram

 

Memories never fade! Happy Birthday Mom ♥️

A post shared by Sanjay Dutt (@duttsanjay) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.