ପୁଣି ଭାଇରାଲ ହେଲେ ସପନା ଚୌଧୁରୀ, ଜାଣନ୍ତୁ କିପରି କଲେ ଜନ୍ମଦିନ ପାଳନ

ମୁମ୍ବାଇ : ହରିୟାନାର ଡ଼୍ଯାସିଂ କୁଇନ୍ ସପନା ଚୌଧୁରୀ ଏବେ ସୋସିଆଲ ମିଡ଼ିଆରେ କାଫି ଭଇରାଲ ହେଉଛନ୍ତି। ତେବେ ଗତ କାଲି ଅର୍ଥାତ୍ ୨୫ ସେପ୍ଟେମ୍ବରରେ ନିଜର ୨୮ତମ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରିଛନ୍ତି। ସେ କାଲି ଦିନଟିକୁ ତାଙ୍କ ପରିବାର ସହ ପାଳନ କରିଥିବା ବେଳେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଏଥିରେ ସେ ମନ ଖୋଲି ଡ଼୍ଯାନ୍ସ କରୁଥିବାର ଦେଖିବାକୁ ମିଳିଛି।

ସପନାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଗବସର ସହ ପ୍ରତିଯୋଗୀ ହିନା ଖାନ୍, ପ୍ରିୟଙ୍କା ଶର୍ମା ଏବଂ ଲଭ୍ ତ୍ଯାଗି ଆଦି ଉପହାର ପଠାଇବା ସହ ତାଙ୍କୁ ଶୁଭେତ୍ସା ଜଣାଇଥିଲେ। ତେବେ ଦେଖିବାକୁ ଗଲେ ଚଳିତ ବର୍ଷ ସପନାଙ୍କ ପାଇଁ ଶାନଦାର ରହିଥିଲା। ରିଆଲିଟି ଶୋ ବିଗ୍ ବସ ତାଙ୍କ ଜୀବନରେ ଯେପରି ଏକ ଟ୍ରନିଂ ପଏଣ୍ଟ ରହିଥିଲା । ଏହାପରେ ତାଙ୍କର ପପୁଲାରିଟି ବହୁମାତ୍ରାରେ ବଢ଼ିଯାଇଥିଲା। ଏହା ଭିତରେ ସେ ଅନେକ ବଲିଉଡ଼ ଫିଲ୍ମରେ ନିଜର ଡ଼୍ଯାନ୍ସିଂ ଜଲୱା ଦେଖାଇବା ସହ ପଞ୍ଜାବୀ ଗୀତ ଭିଡ଼ିଓରେ ମଧ୍ୟ ନଜର ଆସିସାରିଛନ୍ତି। ତେବେ ସପନା ଦୋସ୍ତିର ସାଇଡ଼ ଇଫେକ୍ଟେସ୍ ଫିଲ୍ମରେ ନିଜର ବଲିଉଡ଼ ଆକ୍ଟିଂ ଡ଼େବ୍ଯୁ କରିବାକୁ ଯାଉଛନ୍ତି।

sapna choudhuryକିଛି ଦିନ ତଳେ ସପନାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହୋଇଥିଲା  । ଯେଉଁଥିରେ ସପନାଙ୍କ ସହ ଜବରଦସ୍ତ ଠୁମକା ଲଗାଉଛି ଏକ ଛୋଟ ପିଲା । ଲାଗୁଛି ଯେମିତି ଉଭୟଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗୀତା । ତେବେ ଉଭୟଙ୍କ ଏହି ଡ୍ୟାନ୍ସ କିଣି ନେଇଛି ସମସ୍ତଙ୍କ ମନ ।

ଏହା ସହ ପଢନ୍ତୁ : ନାୟିକାମାନଙ୍କୁ ସୁଟିଂ ସେଟରେ ପିଟନ୍ତି ନାନା ପାଟେକର ! କାହାର ଏପରି ବୟାନରେ ଦୋହଲିଯାଇଛି ବଲିଉଡ୍ ?

ପ୍ରକୃତରେ ଏକ ପ୍ରୋଗ୍ରାମରେ ଡ୍ୟାନ୍ସ କରୁଥିବା ବେଳେ ପିଲାଟି ଷ୍ଟେଜକୁ ଚଢିଯାଇଥିଲା । ଏହା ପରେ ନିଜ ପ୍ରତିଭା ଦେଖାଇ ସପନାଙ୍କୁ ଦେଇଥିଲେ ଟକ୍କର । କିଛି ନିଆରା ଡ୍ୟାନ୍ସ ମୁଭ୍ ସହ ସମସ୍ତଙ୍କ ହୃଦୟ ଜିତିନେଇଥିଲା ଛୋଟ ପିଲାଟି । ଏହି ଭିଡିଓକୁ ପ୍ରଥମେ ଇନଷ୍ଟାଗ୍ରାମରେ ସେୟାର୍ କରାଯାଇଥିଲା । ଯାହାକୁ ଏଯାଏଁ ୪୦ହଜାରରୁ ଅଧିକ ଲୋକ ଦେଖିଛନ୍ତି ।

ଆପଣ ବି ଦେଖନ୍ତୁ ଏହି ଭିଡିଓ :

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.