ବଲିଉଡରେ ଶୋକ, ଚାଲିଗଲେ ଆମିରଙ୍କ ସହିତ ଫିଲ୍ମ ‘ସରଫରୋସ’ରେ ଅଭିନୟ କରିଥିବା ସୁନୀଲ ସିନ୍ଧେ

ହିନ୍ଦୀ ଏବଂ ମରାଠୀ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ସୁନୀଲ ସିନ୍ଧେଙ୍କ ପରଲୋକ ହୋଇଛି। ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁନୀଲ । ତାଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସୁନୀଲ ଆମିର ଖାନଙ୍କ ସହିତ ଫିଲ୍ମ ‘ସରଫରୋସ’, ଗାନ୍ଧିରେ ଅଭିନୟ କରିଥିଲେ। ଏହାଛଡା ସଞ୍ଜୟ ଦତ୍ତଙ୍କ ସହିତ ବାସ୍ତବ ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ମୁଣ୍ଡ ବୁଲେଇବା ଯୋଗୁଁ ଘରେ ପଡିଯାଇଥିଲେ ସୁନୀଲ। ଫଳରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗତ ରାତିରେ ତାଙ୍କ ବର୍ଲିପାଲି ସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ତାଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯିବ।

ସୁନୀଲ ଶାହରୁଖଙ୍କ ସହିତ ଟିଭି ସିରିଅଲ ସର୍କସରେ ମଧ୍ୟ ନଜର ଆସିଥିଲେ। ଏହାଛଡା ହିଟ୍‌ ସିରିଅଲ ଶାନ୍ତି, ପହଲା ପ୍ୟାର୍‌, ଚେହେରାରେ ମଧ୍ୟ ନଜର ଆସିଛନ୍ତି। ସୁନୀଲ ଗାନ୍ଧି ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ନରସିଂହା, ଖଳନାୟକ, ଘାଏଲ, ଗୁନାହ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

ରିପୋର୍ଟ ମୁତାବକ, ସୁନୀଲଙ୍କ ଜନ୍ମ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ସେ ୧୦ମ ଯାଏଁ ପାଠ ପଢିଛନ୍ତି। ଏହାପରେ ଅହମଦନଗର ଯାଇ ବିଜନେସ ଆରମ୍ଭ କରିଥିଲେ। ତା’ ପରେ ସତ୍ୟଦେବ ଦୁବେ ଓ୍ଵାର୍କସପରେ ଆକ୍ଟିଂ କରିବା ଆରମ୍ଭ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.