Below header

ପୁରା ହେବ ଫ୍ୟାନଙ୍କ ସ୍ବପ୍ନ ! ଏକାଠି ଅଭିନୟ କରିବେ ସାହିଦ-ମୀରା

ସାହିଦ୍ ଏବଂ ମୀରାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଅଭିନୟ ଦୁନିଆଁରେ ପାଦ ରଖିବାକୁ ଯାଉଛନ୍ତି ମୀରା । ଏକ ବିଜ୍ଞାପନରେ ସାହିଦ୍ ଏବଂ ମୀରା ଏକାଠି କରିବେ ଅଭିନୟ । ଏକ ବେବି ପ୍ରଡକ୍ଟରେ ଉଭୟ ନଜର ଆସିପାରନ୍ତି । ଯଦି ଏହି ଖବର ସତ ହୁଏ ତେବେ ଉଭୟଙ୍କ ଫ୍ୟାନମାନଙ୍କ ପାଇଁ ଏହା କୌଣସି ସରପ୍ରାଇଜ୍ ଠାରୁ କମ୍ ନୁହେଁ ।

ସୂଚନାଯୋଗ୍ୟ, ଦ୍ବିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ସାହିଦ । ପୂର୍ବରୁ ସାହିଦଙ୍କର ଏକ ଝିଅ ଅଛି । ଝିଅ ମିଶା କୁ ଏବେ ୨ ବର୍ଷ ହୋଇ ସାରିଲାଣି । ସାହିଦ୍ ବର୍ତ୍ତମାନ ନିଜର ପୁରା ସମୟ ପତ୍ନୀ ମୀରା ରାଜପୁତଙ୍କୁ ଦେଉଛନ୍ତି । ସାହିଦ କପୁରଙ୍କ ସିନେମାର କଥା କହିବା ତ, ସେ ଏହି ଦିନ ମାନଙ୍କରେ ’ବତୀ ଗୁଲ ମିଟର ଚାଲୁ’ ର ସୁଟିଙ୍ଗ କରୁଛନ୍ତି । ଏହା ପରେ ସେ ଦକ୍ଷିଣ ଭାରତର ସୁପର ହିଟ୍ ସିନେମା ’ଅର୍ଜୁନ ରେଡ୍ଡି’ର ହିନ୍ଦୀ ରିମେକରେ କାମ ଆରମ୍ଭ କରିବେ। ତେବେ ଦ୍ବିତୀୟ ପିଲା ଜନ୍ମ ପରେ ସାହିଦ ବହୁତ ମାସ ଯାଏ ଛୁଟିରେ ରହିବେ । ତେଣୁ ସମସ୍ତ ସୁଟିଙ୍ଗ୍ ସେପ୍ଟମ୍ବର ସୁଧା ସାରିବା ପାଇଁ ଚେଷ୍ଟା କରୁଛନ୍ତି ସାହିଦ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.