କବୀର ସିଂହ ପରେ ଏବେ ଏହି ଫିଲ୍ମରେ ନଜର ଆସିବେ ଶାହିଦ, ସାମ୍ନାକୁ ଆସିଲା ରିଲିଜ୍‌ ତାରିଖ

କବୀର ସିଂହର ସଫଳତା ପରେ ଏବେ ଶୀର୍ଷରେ ରହିଛି ଶାହିଦ କପୁରଙ୍କ କ୍ରେଜ୍‌। ଏହି ଫିଲ୍ମ ପରେ ଶାହିଦ କେତେକ ଡାଇରେକ୍ଟରଙ୍କ ନଜରରେ ଆସିଥିଲେ। ବିଗତ ଦିନରେ ଚର୍ଚ୍ଚାରେ ଥିବା କବୀର ସିଂହ ପରେ ଶାହିଦ କପୁର ଆଉ ଏକ ତେଲୁଗୁ ଫିଲ୍ମର ହିନ୍ଦୁ ରିମେକ୍‌ରେ ନଜର ଆସିବେ। ଏବେ ଏହି ଫିଲ୍ମକୁ ନେଇ ଅଫିସିଆଲି ଘୋଷଣା କରାଯାଇଛି।

ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର ଅଫିସିଆଲ ଘୋଷଣା କରିବା ଅବସରରେ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ଜର୍ସିର ରିମେକ୍‌ରେ ଶାହିଦ୍‌ କପୁର ନଜର ଆସିବେ। ଏହାର ନିର୍ଦ୍ଦେଶନା ଜର୍ସିର ଅରିଜିନାଲ ଡାଇରେକ୍ଟର ଗୌତମ ତିନ୍ନାନୁରୀ କରୁଛନ୍ତି।

 

 

View this post on Instagram

 

A post shared by Shahid Kapoor (@shahidkapoor) on

ସେହିଭଳି ପିଙ୍କ୍‌ଭିଲାର ରିପୋର୍ଟ ମୁତାବକ, ଶାହିଦଙ୍କୁ ଖୁବ୍‌ଶୀଘ୍ର ତେଲୁଗୁ ଫିଲ୍ମ ଜର୍ସିର ହିନ୍ଦି ରିମେକ୍‌ରେ ଦେଖିବାକୁ ମିଳିବ। ଫିଲ୍ମର ଡାଇରେକ୍ଟର ଗୌତମ ତିନ୍ନାନୁରୀ କହିଛନ୍ତି ଯେ, ‘‘ମୁଁ ତେଲୁଗୁ ଫିଲ୍ମ ଜର୍ସିର ହିନ୍ଦୀ ରିମେକ୍‌ ନିର୍ମାଣ କରିବା କଥା ଚିନ୍ତା କରୁଛି ଓ ଏହାକୁ ନ୍ୟାସନାଲ ଅଡିଏନ୍ସଙ୍କ ସାମ୍ନାରେ ପ୍ରଦର୍ଶନ କରିବି। ହିନ୍ଦୀ ଦର୍ଶକଙ୍କ ପାଇଁ ଏହି ଫିଲ୍ମ ଲାଗି ଶାହିଦ ହିଁ ସର୍ବୋତ୍କୃଷ୍ଟ।’’ ଏହି ଫିଲ୍ମ ୨୦୨୦ ଅଗଷ୍ଟ ୨୮ ତରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

ଏହାସହ ପଢନ୍ତୁ: Vodafone ୩୯୯ ଟଙ୍କାର ପ୍ଲାନ୍‌ରେ ଏବେ ମିଳିବ ୧୫୦ଜିବି ଅତିରିକ୍ତ ଡାଟା, ଜାଣନ୍ତୁ କେଉଁ ଗ୍ରାହକ ଉଠାଇପାରିବେ ଫାଇଦା

ସୂଚନାଯୋଗ୍ୟ ଯେ, ଜର୍ସି ଏକ ସ୍ପୋର୍ଟସ ଡ୍ରାମା ଫିଲ୍ମ। ଏଥିରେ ଦକ୍ଷିଣ ଭାରତୀୟ ଆକ୍ଟର ନାନୀ ଜଣେ କ୍ରିକେଟର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଇମୋସ୍‌ନାଲ ଆଙ୍ଗେଲ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା।

You might also like