ଟ୍ରାଫିକ୍ ଜାମରେ ଫସିଲେ ଶାହାରୁଖ୍ ଖାନ୍, କହିଲେ ଯାହାହେଲେ ବି ଦିଲ୍ଲୀ ଆମର

ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା କେତେ ଅଧିକ, ତାହା କେବଳ ସେଠାରେ ରହୁଥିବା ଲୋକେ ହିଁ ବୁଝିପାରିବେ । କୌଣସି କାମରେ କାର୍ଯ୍ୟସ୍ଥଳକୁ ବାହାରିବା ପାଇଁ ହେଲେ ଲୋକେ ଘଣ୍ଟାଏ ପୂର୍ବରୁ ଘରୁ ବାହାରିଥାନ୍ତି । କାରଣ ୧୫ମିନିଟ୍ର ରାସ୍ତା ଅତିକ୍ରମ କରିବା ପାଇଁ ଲୋକଙ୍କୁ ବେଳେ ବେଳେ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ । ଯାହାର ଅନୁଭବ ନିଜେ ଶାହାରୁଖ୍ ଖାନ୍ ନେଇଥିବା ଜଣା ପଡ଼ିଛି । ତାଙ୍କୁ ଏକ କାର୍ଯ୍ୟକ୍ରମରେ ପହଞ୍ଚିବାକୁ ଥିବା ବେଳେ ଟ୍ରାଫିକ୍ ଜାମ୍ ପାଇଁ ସେ ରାସ୍ତାରେ ଫସି ଯାଇଥିଲେ । ପରେ ଇଭେଣ୍ଟରେ ବିଳମ୍ବରେ ପହଞ୍ଚି ଟ୍ରାଫିକ୍ ଜାମ୍ ପାଇଁ ବିଳମ୍ବ ହୋଇଥିବା କଥା କହିଥିଲେ ।
ଏହାସହ ପଢନ୍ତୁ: ଫରାହ ଖାନ୍ଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍ରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ
ସୂଚନା ଅନୁଯାୟୀ, ପିଭିଆର୍ ଅନୁପମର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଳମ୍ବ ହେବାରୁ ଶାହାରୁଖ୍ ଖାନ୍ ପ୍ରଥମେ ସମସ୍ତଙ୍କୁ କ୍ଷମା ମାଗିଥିଲେ । ବିଳମ୍ବରେ ପହଞ୍ଚିବାକୁ ନେଇ ସମସ୍ତଙ୍କୁ କ୍ଷମା ମାଗୁଛି । ଠିକ୍ ସମୟରେ ଘରୁ ବାହାରିଥିଲେ ମଧ୍ୟ ଟ୍ରାଫିକ୍ ଜାମ୍ରେ ଫସି ଯାଇଥିଲି । ମୁଁ ଏ ନେଇ ଅଭିଯୋଗ କରୁନାହିଁ । ଏ ହେଉଛି ଆମର ସହର । ଯେମିତି ବି ହେଉ, ଏ ହେଉଛି ଆମର ଦିଲ୍ଲୀ ବୋଲି କହିଥିଲେ ଶାହାରୁଖ୍ ଖାନ୍ ।