ଦଣ୍ଡିତ ହେଲା ‘ଶୋଲେ’ ଫିଲ୍ମୀର ଗବ୍ଦର ସିଂ, ଜାଣନ୍ତୁ ଉତ୍ତର ପ୍ରଦେଶ ପୋଲିସ କାହିଁକି ଓ କେଉଁ ଦଣ୍ଡ ଦେଇଛି

କେନ୍ୟୁଜ୍(ବ୍ୟୁରୋ):  ଉତ୍ତର ପ୍ରଦେଶ ପୋଲିସର ନିଆରା ସଚେତନତା । ମହାମାରୀ ଉପରେ ଶୋଲେ ଟ୍ଵିଷ୍ଟ । ଶୋଲେ ଫିଲ୍ମରେ କାହିଁକି ଦଣ୍ଡିତ ହେଲା ଗବ୍ଦର ସିଂ ବୋଲି ଭିଡ଼ିଓର ଟ୍ୟାଗଲାଇନ ରହିଛି । ୧୯୭୫ ମସିହାର ଶୋଲେ ଫିଲ୍ମର ଏକ ଦୃଶ୍ୟକୁ ବ୍ୟବହାର କରି ଉତ୍ତରପ୍ରଦେଶ ପୋଲିସ ଏକ ସୃଜନଶୀଳ ଭିଡ଼ିଓ ଟ୍ଵିଟ୍‌ କରି ରାଜ୍ୟବାସୀଙ୍କୁ ବାର୍ତ୍ତା ପଠାଇଛି । ଏହି ଭିଡ଼ିଓରେ ଭିଲେନ ଗବ୍ଦର ସିଂ ଖୋଲା ସ୍ଥାନରେ ଛେପ ପକାଉଛି । ଏହାପରେ ସଞ୍ଜୀବ କୁମାର ଦଣ୍ଡ ଦେଉଛନ୍ତି ।

gabbar singh 1

ବାହାରେ ଛେପ ପକାଉଥିବାରୁ ଗବ୍ଦର ଦଣ୍ଡ ପାଇଲା ବୋଲି ଭିଡ଼ିଓରେ ବାର୍ତ୍ତା ଦିଆଯାଇଛି । କରୋନା ମହାମାରୀ ସମୟରେ, ବାହାରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି । ଛେପ ପକାଇବା ଦଣ୍ଡନୀୟ ଅପରାଧ । ତଥାପି ଅନେକ ଅମାନିଆ ବାହାରେ ଛେପ ପକାଉଛନ୍ତି । ଯାହାକୁ ନେଇ ଉତ୍ତରପ୍ରଦେଶ ପୋଲିସ ଭିଡିଓ ବାର୍ତ୍ତାଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଛାଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.