ରିୟା ଡ୍ରଗ୍ସ କେସ୍‌: ସୌଭିକର ପେଡଲର ବନ୍ଧୁ ସୂର୍ଯ୍ୟଦୀପଙ୍କୁ ଗିରଫ କଲା ଏନସିବି

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ କେସକୁ ନେଇ ରିୟା ଏବଂ ତାଙ୍କ ଭାଇଙ୍କୁ ଗିରଫ କରିଛି ଏନସିବି। ଏନସିବି ଏହି କେସ୍‌କୁ ନେଇ ଖୋଳତାଡ ଜାରି ରଖିଛି। ଆଜି ଏନସିବି ଟିମ୍‌ ଡ୍ରଗ ପେଡେଲର ସୂର୍ଯ୍ୟଦୀପଙ୍କ ଘରେ ସକାଳ ଚଢାଉ କରି ତାଙ୍କୁ ଗିରଫ କରିଛି। ସୂର୍ଯ୍ୟଦୀପ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକଙ୍କର ସ୍କୁଲ ବନ୍ଧୁ। ସେମାନଙ୍କର ଅନେକ ଚାଟ୍‌ ମଧ୍ୟ ସାମ୍ନାକୁ ଆସିଛି। ସୂର୍ଯ୍ୟଦୀପଙ୍କୁ ଅଳ୍ପ ସମୟ ପରେ ଏନସିବି ଅଫିସରେ ହାଜର କରାଯାଇପାରେ।

ରିୟା ଚକ୍ରବର୍ତ୍ତୀ ଏବଂ ବଲିଉଡର ଡ୍ରଗ୍ସ କନେକସନରେ ସାତ ଜଣଙ୍କୁ ଗିରଫ କରିଥିଲା ଏନସିବି। ଏବେ ଆଜି ସମସ୍ତଙ୍କୁACMM କୋର୍ଟରେ ହାଜର କରାଯିବ। ସମସ୍ତ ଆରୋପୀଙ୍କ ମେଡିକାଲ ଟେଷ୍ଟ ହେବ। କରମଜିତ ସିଂହ ଓରଫ (KJ) , ଡେଓ୍ଵନ ଫର୍ନାଣ୍ଡିସ, ସଂକେତ ପଟେଲ, ଅଙ୍କୁଶ ଅରଜେକା, ସନ୍ଦୀପ ଗୁପ୍ତା, ଆଫତାବ ଫତେହ ଅନସାରୀ ଏବଂ କ୍ରିସ କୋଷ୍ଟା।

sushnta

ଏମାନଙ୍କ ମଧ୍ୟରେ କରମଜିତ ସିଂ ମୁଖ୍ୟ ଅଟନ୍ତି। ତାଙ୍କ ପାଖରେ ଗଂଜେଇ ଏବଂ ଚରମ ଇତ୍ୟାଦି ମିଳୁଥିଲା। ଦାଦରରୁ ଆନ୍ଥୋନୀଙ୍କ ସମେତ ଦୁଇ ଡ୍ରଗ ପେଡଲରକୁ ଗିରଫ କରାଯାଇଥିଲା। ସେମାନଙ୍କ ପାଖରୁ ଅଧା କିଲୋ ଗଂଜେଇ ଜବତ କରାଯାଇଥିଲା। କରମଜିତଙ୍କ ଜରିଆରେ ସାମୁଏଲ ମିରାଣ୍ଡା ଏବଂ ଦିପେଶ ସାଓ୍ଵତଙ୍କୁ ଡ୍ରଗ ମିଳୁଥିଲା। ଏହା ପରେ ସୌଭିକଙ୍କ ପାଖରୁ ରିୟା ତା’ ପରେ ରିୟାଙ୍କ ପାଖରୁ ସୁଶାନ୍ତଙ୍କ ପାଖରେ ପହଞ୍ଚୁଥିଲା ଡ୍ରଗ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.