ଏହି ହିରୋଙ୍କ ସହିତ ଆପତ୍ତିଜନକ ଭାବେ ବସିଥିବା ନଜର ଆସିଥିଲେ ଶୃତି ହାସନ୍‌, ସେଟରୁ ତୁରନ୍ତ ଲିକ୍‌ ହୋଇଗଲା ବୋଲ୍ଡ ଫଟୋ

ସାଉଥ୍‌ ସୁପରଷ୍ଟାର କମଲ୍‌ ହାସନଙ୍କ ଝିଅ ଏବଂ ଅଭିନେତ୍ରୀ ଶୃତି ହାସନଙ୍କ ଜନ୍ମ ୨୮ ଜାନୁଆରୀ ୧୯୮୬ରେ ହୋଇଥିଲା। ଚଳିତ ବର୍ଷ ୩୫ ବର୍ଷରେ ପାଦ ଥାପିଲେ ଶୃତି। ସେ ଏକ ମଲ୍ଟି ଟ୍ୟାଲେଣ୍ଟେଡ୍‌ ଆକ୍ଟ୍ରେସ ଅଟନ୍ତି। ଶୃତି ଜଣେ ବହୁତ ଭଲ ଅଭିନେତ୍ରୀ ହେବା ସହିତ ଜଣେ ବହୁତ ଭଲ ସିଙ୍ଗର ମଧ୍ୟ। ଶୃତି ହାସନ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି, ସେ ସବୁବେଳେ ହିଁ ବିବାଦ ଘେରରେ ରହିଥାନ୍ତି।

srutiiଶୃତି ହାସନ୍‌ ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରୀକୁ ନେଇ ବଲିଉଡ୍‌ ପର୍ଯ୍ୟନ୍ତ ସବୁଆଡେ ନିଜର ଅଭିନୟ ଜାଦୁରେ ଦିଓ୍ଵାନା କରିଛନ୍ତି। ସେ ନିଜ ଲୁକ୍‌ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ଯାଗା ବନାଇଦେଇଛନ୍ତି। ଶୃତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ସର୍ଜରୀ ପାଇଁ ତ ଆଉ କେତେବେଳେ ଫିଲ୍ମରେ ବୋଲଡ ସିନ୍‌ ପାଇଁ, ସବୁବେଳେ ଚର୍ଚ୍ଚାରେ ରୁହନ୍ତି ସେ। ଶୃତିଙ୍କର କିଛି ବୋଲ୍ଡ ଫଟୋ ମଧ୍ୟ ଲିକ୍‌ ହୋଇଥିଲା, ଯେଉଁ କାରଣରୁ ସେ ରାତାରାତି ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ।

୨୦୧୪ରେ ଯେତେବେଳେ ଶୃତି ହାସନ୍‌ ନିଜ ତାମିଲ୍‌ ଫିଲ୍ମ ‘ୟେଭଡୁ’ର ସୁଟିଂ କରୁଥିଲେ, ସେହି ସମୟରେ ତାଙ୍କର କିଛି ଫଟୋ ଲିକ୍‌ ହୋଇଯାଇଥିଲା। ଯେଉଁ କାରଣରୁ ଶୃତି ବହୁତ ଚର୍ଚ୍ଚାରେ ଥିଲେ। ଶୃତି ଏହି ଫିଲ୍ମ ପାଇଁ ଏକ ଗୀତ ‘ଡିମ୍ପଲ ପିମ୍ପଲ’ ସୁଟିଂ କରୁଥିଲେ। ଏହି ସମୟରେ ତାଙ୍କର କିଛି ବୋଲ୍ଡ ଫଟୋ ଲିକ୍‌ ହୋଇଯାଇଥିଲା। ଯାହାପରେ ରାତାରାତି ଚର୍ଚ୍ଚାରେ ରହିଗଲେ ଶୃତି ହାସନ। ଏହି ଫଟୋ ଏତେ ମାତ୍ରାରେ ଭାଇରାଲ ହୋଇଗଲା ଯେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ଫଟୋ ହୋଇଯାଇଥିଲା।

arjunଏହାଛଡା ଶୃତି ନିଜର ବଲିଉଡ୍‌ ଫିଲ୍ମ ‘ଡି ଡେ’ ପାଇଁ ବହୁତ ଚର୍ଚ୍ଚାରେ ରହିଥିଲେ। ଏହି ଫିଲ୍ମରେ ଶୃତି ଏକ ବୈଶ୍ୟା ଭୂମିକାରେ ନଜର ଆସିଥିଲେ। ଫିଲ୍ମର ଏକ ପୋଷ୍ଟର ବହୁତ ବିବାଦ ଘେରକୁ ଆସିଯାଇଥିଲା, ଯେଉଁଥିରେ ଶୃତି ଆପତ୍ତିଜନକ ଭାବେ ଅର୍ଜୁନ ରାମପାଲଙ୍କ ସହିତ ବସିଥିବାର ନଜର ଆସିଥିଲେ।

ଯଦି ଶୃତିଙ୍କ କାମ ବିଷୟରେ କଥା ହେବା ତ ତାଙ୍କର କ୍ୟାରିୟର ତାଙ୍କ ମାଆ ବାପାଙ୍କ ଭଳି ହିଟ୍‌ ହୋଇନାହିଁ। ଶୃତି ବହୁତ ସୁପରହିଟ ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଶୃତି ଦିଲ୍‌ ତୋ ବଚ୍ଚା ହେ ଜୀ, ରମେୟା ବସ୍ତାଭେୟା, େଓ୍ଵଲକମ୍‌ ଭଳି ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.