Below header

ମୟୁରଭଞ୍ଜ ଖାପରାସାହି ଗ୍ରାମରୁ ଅଧାପୋଡା ଶବ ଜବତ, ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖାପରାସାହି ଗ୍ରାମରେ ଗତକାଲି ଅପରାହ୍ନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଅଧାପୋଡା ଶବକୁ ଜବତ କରିଛି ପୋଲିସ । ଖାପରାସାହିର ଉଜ୍ଜ୍ୱଳ ଗାଗରାଇ (୪୭)ଙ୍କ ମୃତଦେହକୁ ଗାଁ ନିକଟରେ ସାହି ଭାଇ ମିଶି ସତ୍କାର କରୁଥିଲେ । ସେହି ସମୟରେ ଗାଁର କେହି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପୋଲିସ ପହଁଚିବା ଦେଖି ଶବ ସତ୍କାର କରୁଥିବା ଲେକମାନେ ଭୟରେ ପଳାଇଯାଇଥିଲେ । ଯାହା ଫଳରେ ପୋଲିସର ସନ୍ଧେହ ବଢିଥିଲା ।

ଏହାପରେ ଜୁଇ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଅଯାଇଥିଲା । ଅଗ୍ନିଶମ ବିଭାଗ ଜୁଇ ନିଆଁକୁ ଲିଭାଇଥିଲେ କିନ୍ତୁ ସେତେବେଳକୁ ଶବ ଅଧା ପୋଡି ହୋଇଯାଇଥିଲା । ପୋଲିସ ଅଧା ପୋଡା ଶବକୁ ଜବତ କରି ଅଧିକ ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିଲେ । ତେବେ ଆଜି ବାରିପଦା ରୁ ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ ଚଲାଇଛନ୍ତି । ତଦନ୍ତ ସରିଲା ପରେ ଶବ ବ୍ଯବଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ନିଆଯିବ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.