ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ ‘ଶେରସାହ’ର ପ୍ରଥମ ଲୁକ୍ ରିଲିଜ୍

ସିଦ୍ଧାର୍ଥ ମଲହୋତ୍ରା ନିଜର ଆଗାମୀ ଫିଲ୍ମ ‘ଶେରସାହ’ର ପ୍ରଥମ ଲୁକ୍ ଜାରି କରିଛନ୍ତି । ଅଭିନେତା ସିଦ୍ଧାର୍ଥଙ୍କ ଆଜି ଜନ୍ମଦିନ । ତେଣୁ ଏହି ଖାସ୍ ଦିନ ଅବସରରେ ସେ ନିଜର ଆଗାମୀ ଫିଲ୍ମ ଶେରସାହର ପ୍ରଥମ ଲୁକ୍ ଜାରି କରିଛନ୍ତି । ଏହି ଫିଲ୍ମ ୩ ଜୁଲାଇରେ ରିଲିଜ୍ ହେବ । ସିଦ୍ଧାର୍ଥ ସୋସିଆଲ୍ ମିଡିଆରେ ତିନୋଟି ଫଟୋ ସେୟାର କରିଛନ୍ତି ।

sidharthତେବେ ଏହି ଫିଲ୍ମଟି କାରଗିଲ୍ ଯୁଦ୍ଧର ହିରୋ ବିକ୍ରମ ବତ୍ରାଙ୍କ ବାୟୋପିକ୍ । ଏହି ପୋଷ୍ଟରରେ ସିଦ୍ଧାର୍ଥଙ୍କ ହାତରେ ବନ୍ଧୁକ ଥିବା ବେଳେ ସେ ବାଟାଲିୟନ ସହିତ ପାହାଡ ଚଢୁଥିବାର ନଜର ଆସୁଛନ୍ତି । ତେବେ ଏହି ଫଟୋ ସେୟାର କରି କ୍ଯାପସନରେ ସିଦ୍ଧାର୍ଥ ଲେଖିଛନ୍ତି ମୋ ପାଇଁ ଗର୍ବର କଥା, ବଳିଦାନର ଏହି ଫିଲ୍ମକୁ ବଡ ପରଦାରେ ଆଣିବାକୁ ମୋତେ ମୌକା ମିଳିଛି । ଫିଲ୍ମରେ ପରମବୀର ଚକ୍ର ବିଜେତା କ୍ଯାପଟେନ୍ ବିକ୍ରମ ବତ୍ରାଙ୍କ ଜୀବନ ଏବଂ ଅକୁହା କାହାଣୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.