Below header

ବିସିସିଆଇ ତାଲିକାରୁ ବାଦ୍‌ ପଡ଼ିଲେ ଧୋନି, କେବେ ଫେରିବେ କିଛି ବି ଜଣାପଡୁନାହିଁ

ମୁମ୍ବାଇ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବିସିସିଆଇ ତାର ଚୁକ୍ତିଭୁକ୍ତ ଖେଳାଳି ତାଲିକାରୁ ବାଦ୍‌ ଦେଇଛି । ଇଂଲଣ୍ଡ ବିଶ୍ୱକପ୍‌ ପରେ ଆଉ ମ୍ୟାଚ୍‌ ଖେଳି ନାହାନ୍ତି ଧୋନି । ଏମିତିକି ସେ କେବେ ଭାରତୀୟ ଦଳକୁ ଫେରିବା ତାକୁ ନେଇ ଏଯାଏ ସସ୍‌ପେନ୍ସ ଲାଗି ରହିଛି । ନାଁ ସେ କ୍ରିକେଟ୍‌ରୁ ଅବସର ଘୋଷଣା କରୁଛନ୍ତି ନା କେବେ ଖେଳିବେ ବୋଲି କହୁଛନ୍ତି । ତେବେ ଏହା ଭିତରେ ବିସିସିଆଇ ତାର ବାର୍ଷିକ ଖେଳାଳି ଚୁକ୍ତି ତାଲିକା ପ୍ରକାଶ କରିଛି । ଯେଉଁଥିରେ ଧୋନିଙ୍କ ନାଁ ନାହିଁ ।
ଏହି ତାଲିକାରେ ଗ୍ରେଡେସନ୍‌ ଭିତ୍ତିରେ ଖେଳାଳିମାନଙ୍କୁ ନିଆଯାଇଥାଏ । ଏଥର ତାଲିକାରୁ ଧୋନିଙ୍କ ସମେତ ଦୀନେଶ କାର୍ତ୍ତିକ, ଖଲିଲ ଅହମଦ ଏବଂ ଅମ୍ବାତି ରାୟୁଡୁଙ୍କୁ ବାଦ୍‌ ଦିଆଯାଇଛି । ଧୋନି ‘ଏ’ କ୍ୟାଟେଗୋରୀରେ ଥିଲେ । ଯେଉଁମାନଙ୍କୁ ୫ କୋଟି ଟଙ୍କା ମିଳିଥାଏ ।

କେଉଁ ବର୍ଗରେ କିଏ ଓ କେତେ ପାଇବେ

୨୦୧୯ ଅକଟୋବରରୁ ୨୦୨୦ ସେପଟେମ୍ବର ପର୍ଯ୍ୟନ୍ତ ଏହି ନୂଆ ତାଲିକା ପ୍ରସ୍ତୁତ କରାଯାଇଛି । ଏ+ ବର୍ଗରେ ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରା ରହିଛନ୍ତି । ଏମାନେ ୭ କୋଟି ଟଙ୍କା ପାଇବେ । ‘ଏ’ ବର୍ଗର ଖେଳାଳିଙ୍କୁ ମିଳିବ ୫ କୋଟି ଟଙ୍କା । ଏଥିରେ ଅଛନ୍ତି ଅଶ୍ୱିନ୍‌, ଜାଡେଜା, ଭୁବନେଶ୍ୱର କୁମାର, ପୂଜାରା, ରାହାଣେ, ରାହୁଲ, ଧବନ୍‌, ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ଋଷଭ ପନ୍ତ ।
ସେହିପରି ‘ବି’ ଗ୍ରୁପ୍‌ର ଖେଳାଳିଙ୍କୁ ମିଳିବ ୩ କୋଟି ଟଙ୍କା । ଏଥଇରେ ଅଛନ୍ତି ରିଧିମାନ ଶାହ, ଉମେଶ ଯାଦବ, ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ଵାଲ । ‘ସି’ ଗ୍ରୁପ୍‌ରେ କେଦାର ଯାଦବ, ନବଦୀପ ସାଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟର, ଓ୍ଵାଶିଂଟନ୍‌ ସୁନ୍ଦର । ଏହି ଗ୍ରୁପ୍‌ର ଖେଳାଳିମାନେ ୧ କୋଟି ଟଙ୍କା ଲେଖାଏଁ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.