Below header

ସୋନମ ପାଲଟିଲେ ସୁପରଓ୍ଵିମେନ୍ !

ମୁମ୍ବାଇ : ବଲିଉଡ଼ରେ ପ୍ରତି ବର୍ଷ ସୁପରମ୍ୟାନଙ୍କ ଚଳଚ୍ଚିତ୍ର ଆସିବା ଯେପରି ଏକ ଟ୍ରେଣ୍ଡ ପାଲଟିଛି। କ୍ରିସ, ଫ୍ଳାଇଂ ଜଟ ଆଦି ଫିଲ୍ମ ପରେ ଏବେ ସୁପରଓ୍ଵିମେନ୍ କ୍ୟାରେକ୍ଟରରେ ଅଭିନୟ କରିବେ ସୋନମ କପୁର । ଆଜ୍ଞା ହଁ , ଏକ ଟିଭି ସିରିଜରେ ବ୍ୟାଟ୍ ଓ୍ଵମେନର ଚରିତ୍ରରେ ଆପଣ ଦେଖିପାରିବେ ଅଭିନେତ୍ରୀ ସୋନମଙ୍କୁ । ଲୋକପ୍ରିୟ ହଲିଉଡ଼ ସୁପରହିରୋ ବ୍ୟାଟମ୍ୟାନର ଏହା ହେଉଛି ଫିମେଲ ଭର୍ସନ। ତେବେ ସୋନମ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ଏଥିପାଇଁ ନିଜର ଖୁସି ଟ୍ଵିଟ୍ କରି ସେ ଲେଖିଛନ୍ତି , ଏହା ବହୁତ ରୋମାଞ୍ଚକର । ମୁଁ ପିଲାଟିବେଳୁ ସୁପରହିରୋଙ୍କ ଖାସ କରି ବ୍ୟାଟମ୍ୟାନର ଫ୍ୟାନ୍ ରହିଆସିଛି । ଏବେ ଏହି ସୁପରହିରୋର ଫିମେଲ ଅବତାରରେ କାମ କରିବାକୁ ଅପେକ୍ଷା କରିବା ବେଶ କଷ୍ଟକର ବୋଲି ସୋନମ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.