Below header

ସୋନୁଙ୍କ ବଡ ବୟାନ, ‘ମୋ ପୁଅ ଭାରତରେ ସିଙ୍ଗର ନ ହେଉ’

ଜଣାଶୁଣା ତଥା ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ସବୁ ବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣି ଥରେ ଏମିତି ଏକ ମନ୍ତବ୍ୟ ଦେଇ ଦର୍ଶକଙ୍କୁ ଚକିତ କରିଛନ୍ତି ସୋନୁ। ନିକଟରେ ସୋନୁ ନିଗମ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ରିଲିଜ୍ କରିଛନ୍ତି। ତେବେ ଏହି ଗୀତର ପ୍ରମୋସନ୍ ବେଳେ ସୋନୁ ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ଇଣ୍ଟର ଭ୍ୟୁରେ ସୋନୁ କହିଛନ୍ତି ଯେ, ସେ ଚାହୁଁନାହାନ୍ତି ତାଙ୍କ ପୁଅ ସିଙ୍ଗର ହେଉ।

sonu son

ତାଙ୍କ ପୁଅ ବିଶେଷ କରି ଭାରତରେ ସିଙ୍ଗର ନହେଉ ବୋଲି ସୋନୁ କହିଛନ୍ତି। ଇଣ୍ଟର ଭ୍ୟୁରେ ସୋନୁଙ୍କୁ ତାଙ୍କ ପୁଅ ସିଙ୍ଗର ହେବେ କି ନାହିଁ ପଚରାଯାଇଥିଲା। ଏହି ପ୍ରଶ୍ନର ଜବାବ ଦେଇ ସୋନୁ କହିଥିଲେ, ‘ସତ କହୁଛି କି ମୋ ପୁଅ ସିଙ୍ଗର ନହେଉ, ବିଶେଷ କରି ଏହି ଦେଶର ନହେଉ।’ ଏହା ସହ ସେ ଭାରତରେ ରହୁନାହିଁ। ଦୁବାଇରେ ରହୁଛି। ତାକୁ ବହୁ ପୂର୍ବରୁ ବାହାରକୁ ପଠାଇ ଦେଇଛି ବୋଲି ସୋନୁ କହିଥିଲେ।
ସୋନୁ ନିଗମ ଆହୁରି ମଧ୍ୟ କହିଛନ୍ତି, ‘ମୋ ପୁଅ ୟୁଏଇରେ ଟପ୍ ଗେମର। ଏକ ଗେମ୍ ଫୋର୍ଟନାଇଟ୍ରେ ସେ ଟପ୍ ଗେମର। ତା’ର ଯାହା ଇଚ୍ଛା ସେ ତାହା ହେବ, ମୁଁ ତାକୁ କିଛି ବନିବାକୁ କହିବିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.