Below header

୧୬ ବର୍ଷ ବୟସରେ ମହାଭାରତର ଟାଇଟଲ ସଂଗ ଗାଇଥିଲେ ସୋନୁ ନିଗମ, ଭାଇରାଲ ହେଉଛି ଭିଡିଓ

କରୋନା ଭାଇରସ ପାଇଁ ଜାରି ରହିଥିବା ଲକଡାଉନରେ ଅନେକ କଳାକାର ଘରେ ରହି ନିଜର ପୁରୁଣା ସ୍ମ୍‌ୃତିକୁ ତାଜା କରିବା ସହ ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କର ଥ୍ରୋବ୍ୟାକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାମଧ୍ୟରେ ବର୍ତ୍ତମାନ ଗୀତିକାର ସୋନୁ ନିଗମଙ୍କର ମଧ୍ୟ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ସୋନୁ ନିଗମ ନିଜେ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି।

sonu nigamସୂଚନା ମୁତାବକ ଏହି ଭିଡିଓ ପାଖାପାଖି ୩୧ ବର୍ଷ ପୁରୁଣା କୁହାଯାଉଛି ଏବଂ ୧୬ ବର୍ଷ ବୟସରେ ସୋନୁ ନିଗମ ଏହି ଭିଡିଓରେ ସମସ୍ତଙ୍କୁ ନିଜର ମଧୁର କଣ୍ଠରେ ମୋହିତ କରୁଥିବାର ନଜର ଆସିଛନ୍ତି। ଭିଡିଓ କଥା କହିବାକୁ ଗଲେ ଏହା ୧୯୮୯ ମସିହାରେ ସୋନୁ ମଧାରଶିଲା ଆଓ୍ଵାର୍ଡ ପ୍ରୋଗ୍ରାମରେ ମହାଭାରତର ଟାଇଟଲ ଟ୍ରାକ୍‌ ବୋଲୁଛନ୍ତି।

ଏହି ଭିଡିଓ ସେୟାର କରି ସୋନୁ ନିଗମ ଲେଖିଛନ୍ତି, ତାଲକଟୋରୀ ଇସେନ୍ଦାର ଷ୍ଟାଡିୟମର ପୁରୁଣା ଭିଡିଓ, ଯେଉଁଠାରେ ମୁଁ ମହାଭାରତର ଗୀତ ଗାଇଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.