Below header

ଢେଙ୍କାନାଳ ହରିପୁର ସୁଗାର କାରଖାନା ଟ୍ରକ୍ ପାର୍କିଙ୍ଗରେ ଅଘଟଣ: ତିନି ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ହରିପୁର ସ୍ଥିତ ସୁଗାର କାରଖାନା ଟ୍ରକ୍ ପାର୍କିଙ୍ଗରେ ଅଘଟଣ । ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ପଡି ରହିଥିବା ବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ଏହା ସହିତ ଆଉ ଜଣେ ଡ୍ରାଇଭର ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ବେଳେ ସେଠାରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଏଯାଏ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ । ଲକ୍ ଡାଉନ୍ ଯୋଗୁଁ ଟ୍ରକ୍ ଗୁଡିକ ବହୁଦିନ ଧରି ଏଠାରେ ଅଟକି ରହିଥିଲା । ମୃତକଙ୍କ ଭିତରେ ଜଣେ ବିହାରର ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ପରିଚୟ ମିଳି ପାରି ନାହିଁ । ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.