ବିଶାଖାପାଟଣା ଗ୍ୟାସ ଲିକ ଘଟଣାର ପୁନରାବୃତ୍ତି, ବିଳମ୍ବିତ ରାତିରେ କାହିଁକି ଘଟିଲା ଏହି ଘଟଣା ଜାଣନ୍ତୁ

ଗୁରୁବାର ଭୋର ସମୟରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଏଲଜି ପଲିମର ଗ୍ୟାସ ଲିକ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରି ଦେଇଥିଲା । ବିଳମ୍ବିତ ରାତିରେ ବି ସମାନ ଘଟଣାର ପୁନରାବୃତି ହୋଇଥିବା ସୂଚନା ମିଳିଛି । ରାତି ସମୟର ଲିକ କିନ୍ତୁ  ଗ୍ୟାସ ଲିକକୁ ସଜାଡ଼ିବା ସମୟରେ ହୋଇଥିବା ନେଇ ଜଣାଯାଇଛି ।  ବାରମ୍ବାର ଗ୍ୟାସ ଲିକ ହେଉଥିବାରୁ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ଆଜି ସୁଦ୍ଧା ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଥିବା ଜଣାଯାଇଛି । ଘଟଣାର ପୁନରାବୃତ୍ତି ନେଇ ଗୃହ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛିକି, ” ପୂର୍ବ ଗ୍ୟାସ ଲିକକୁ ଆୟତ କରିବା ପାଇଁ ନିରନ୍ତର ଚେଷ୍ଟା କରାଯାଉଛି ।

ଏହି କାରଣରୁ ହିଁ  ବାରମ୍ବାର  ସାମାନ୍ୟ ଲିକ ମାନ ହେଉଛି ।” ସୂଚନା ଦେବା ଉଚିତକି, ଏଲଜି ପଲିମର ପ୍ଲାଣ୍ଟରୁ ଗତକାଲି ଭୋର ସମୟରେ ବିଷାକ୍ତ ରାସାୟନିକ ଗ୍ୟାସ ଷ୍ଟାଇଲିନ ନିର୍ଗତ ହେବାରୁ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୩୨୫ ଜଣଙ୍କ ଚିକିତ୍ସା ଜାରି ରହିଛି । ଯେବେକି ୮୦୦ରୁ ଅଧିକ ଜଣଙ୍କୁ ଅବସର୍ଭେସନରେ ରଖାଯାଇଛି । ଏଲଜି ପଲିମର କାରଖାନାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା କାରଣରୁ ୨୦୦୦ ଲୋକେ ପ୍ରଭାବିତ ହୋଇଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକେ ଏହି କାରଖାନାକୁ ସମ୍ପୂର୍ଣ ଉଠାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

gas leak

ଏହି କାରଣରୁ ପ୍ଲାଣ୍ଟ ଠାରୁ ପ୍ରାୟ ୪ ରୁ ୫ କିମି ପରିଧି ଭିତରେ ଥିବା ଗୋପାଲପାଟନମ, ସିଂହଚଳମ, ପିନାଗାଡି ପରି ଗାଁ ବା ଅଂଚଳ ମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁବାର ବିଳମ୍ବିତ ରାତି ସମୟରେ ଏହି ବିଷାକ୍ତ ଗ୍ୟାସର ଦୁର୍ଗନ୍ଧ ପାଖଆଖ ଅଞ୍ଚଳରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ନେଇ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ | ସ୍ଥାନୀୟ ପୋଲିସ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନ ମାନଙ୍କୁ ସ୍ଥାନାନ୍ତରିତ ହେବାରେ ସାହାଯ୍ୟ କରୁଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଗୁରୁବାର ଭୋର ୩.୪୫ ସମୟରୁ ଲଗାତାର ଭାବେ ଏକ କାରଖାନାରୁ ଗ୍ୟାସ ନିର୍ଗତ ହେଉଛି । ଅନ୍ୟ ପକ୍ଷରେ ବିଶାଖାପାଟନମ ପୋଲିସ କମିଶିନର ଆର.କେ ମୀନା ପ୍ରକାଶ କରିଛନ୍ତିକି, ଭୟଭୀତ ହେବାର କୌଣସି କାରଣ ନାହିଁ ।

ଅତି ଶୀଘ୍ର ଗ୍ୟାସ ନିର୍ଗତ ପରିମାଣକୁ ଅଟକାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଗୁରୁବାର ସକାଳର ଘଟଣା ପରେ ଆର ଆର ଭେଙ୍କଟପୂରମ ସମେତ ଚାରି ଗାଁରୁ ପ୍ରାୟ ୧୨,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଘଟଣା ସ୍ଥଳରେ ୧୦ ଟି ଫାଇଆର ଇଂଜିନ ଓ ଦୁଇଟି ଫୋମ ଫାଇଟରଙ୍କୁ ଧୁଆଂ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି । ଏହା ସହ କିଛି ଆମ୍ବୁଲାନ୍ସକୁ ଜରୁରୀ ପରିସ୍ଥିତି ପାଇଁ ମୁତୟନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.