ବ୍ରହ୍ମଗିରି ହୁବା ସାହିରେ ଅଭାବନୀୟ ଘଟଣା: ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର

ବ୍ରହ୍ମଗିରି: ଧାନ ବସ୍ତା ପଡ଼ି ମାଆ, ଝିଅ ମୃତ ବାପା ଗୁରୁତର। ବ୍ରହ୍ମଗିରି ଖଜୁରିଆ ନିକଟ ହୁବା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଘରେ ଗଦା ହୋଇ ରହିଥିବା ଧାନ ବସ୍ତା ପଡ଼ିବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି । ରାତିରେ ବାପା ପୂର୍ଣ୍ଣଚନ୍ଦ୍ର ଭୋଇ, ମା ସସ୍ମିତା ଭୋଇ ଓ ୧୨ ବର୍ଷିୟ ଝିଅ ସ୍ୱର୍ଣ୍ଣଲତା ଶୋଇଥିବା ବେଳେ ଘରେ ରଖାଯାଇଥିବା ୪ରୁ ଅଧିକ ଧାନ ବସ୍ତା ସେମାନଙ୍କ ଉପରେ ପଡିଯାଇଥିଲା ।

ଫଳରେ ତିନି ଜଣ ଯାକ ଚାପି ହୋଇ ରହିଯାଇଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କ ଚିତ୍କାର ଶୁଣି ପଡୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ନ ଆସିବାରୁ ଅଟୋ ଯୋଗେ ସେମାନଙ୍କୁ ପ୍ରଥମେ ରେବେଣ ନୂଆଗାଁ ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେତେବେଳକୁ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା । ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.